Home କେନ୍ଦୁଝର ଶୀକାର କରିବାକୁ ଯାଇ ତିନି ଗିରଫ

ଶୀକାର କରିବାକୁ ଯାଇ ତିନି ଗିରଫ

39

ହାଟଡ଼ିହି, ୧୬/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହଦଗଡ ଅଭୟାରଣ୍ୟ ଭିତରକୁ ଶୀକାର କରିବାକୁ ଯାଉଥିବାବେଳେ ବନ ବିଭାଗ ତିନିଜଣ ଶୀକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ସୁଚନା ଅନୁଯାଇ ଆନନ୍ଦପୁର ଥାନା ଅଧିନସ୍ଥ କଣ୍ଟିପାଳ ଗ୍ରାମର ଗୋପାଳ ବେହେରା(୫୦), କୃଷ୍ଣ ଦେହୁରୀ(୩୦), ସୁରେନ୍ଦ୍ର ବେହେରା(୫୨) ପ୍ରମୁଖ ହଦଗଡ ଅଭୟାରଣ୍ୟ୍ୟ ଭିତରକୁ ବିଷ୍ଫୋରକ ସହ ବିଭିନ୍ନ ମାରଣସ୍ତ୍ର ଧରି ଶୀକାର ଉଦ୍ଦେଶ୍ୟରେ ଯାଇଥିବାବେଳେ କାଠକଟା ଫରେଷ୍ଟର ଅନନ୍ତ ଚରଣ ପରିଡା, ଦିନେଶ ମାଝୀ, ମନ୍ମଥ ସାହୁ ପ୍ରମୁଖଙ୍କ ସେମାନଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସେମାନେ ଶୀକାର କରିବାକୁ ଯାଇଥିବା ସ୍ୱୀକାର କରିଥିଲେ । ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୁମିତ ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.