Home ଜିଲ୍ଲା ପରିକ୍ରମା ନଳାଙ୍ଗ ପ୍ରିମିୟର ଲିଗ: ହଣ୍ଟ ର ଇଲେଭେନ ବିଜୟୀ

ନଳାଙ୍ଗ ପ୍ରିମିୟର ଲିଗ: ହଣ୍ଟ ର ଇଲେଭେନ ବିଜୟୀ

25

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନଳାଙ୍ଗ ପଡ଼ିଆ ଠାରେ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧାମନଗରର ଗୋବନ୍ଧୁ ପୁର ଇଲେଭେନକୁ ହରାଇ ବନ୍ତ ହରିଶଙ୍କର ପୁରର ହଣ୍ଟର ଇଲେଭେନ ଚମ୍ପିୟନ ହୋଇଛି । ଟସ ଜିଣି ହଣ୍ଟର ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉକକେଟ ହରାଇ ୧୭୯ ରନ କରିଥିଲା । ଦଳ ପକ୍ଷରୁ ରଶ୍ମିରଞ୍ଜନ ୨୧ ବଲରୁ ଧୂଆଁଧାର ୬୬ ରନ କରିଥିଲେ । ପ୍ରତିପକ୍ଷର ବୋଲର ଚନ୍ଦନ ସର୍ବାଧିକ ୩ଗୋଟି ଉଇକେଟ ନେଇଥିଲେ । ଦ୍ୱିତୀୟ ପାଳିର ବ୍ୟାଟିଂ କରି ଗୋପବନ୍ଧୁପୁର ଇଲେଭେନ ସମସ୍ତ ଉଇକେଟ ହରାଇ ୧୩୧ ରନ କରି ପରାଜୟ ବରଣ କରିଥିଲେ । ଦଳର ଚନ୍ଦନ ୪୩ ରନ ଓ ଗୌତମ ସର୍ବାଧିକ ୨୮ ରନ କରିଥିଲେ । ଖେଳକୁ ପ୍ରିୟବ୍ରତ ପଣ୍ଡା ଓ ସାମନାରାୟଣ ରାୟ ଆମ୍ପାୟାରିଂ କରିଥିଲେ । ସ୍କୋରରେ ମାନସ ମଲ୍ଲିକ ଦାୟିତ୍ୱ ନିର୍ବାହ କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାରେ ବିଜୟୀ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରଶ୍ମିରଞ୍ଜନ ସେନାପତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । କ୍ଲବର ଚନ୍ଦନ ରାଉତ, ସତ୍ୟରଞ୍ଜନ ଜେନା, ହେମନ୍ତ ବାରିକ, ଅଭିଷେକ ଜେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.