Home ଜିଲ୍ଲା ପରିକ୍ରମା ସୁନାମୀ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ସୁନାମୀ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

14

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମାୀ ଦିନରେ ସୁନାମୀ, ମହାବାତ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପଦକୁ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ଗ୍ରାମ୍ୟ ସ୍ତରରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଧନଜୀବନ ଯେପରି ସୁରକ୍ଷିତ ରହିପାରିବ ସେ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଥିଲା । ବାତ୍ୟା ଆସିବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହାର ସୂଚନା ମିଳି ପାରୁଥିବା ବେଳେ ସୁନାମୀ ଆସିବାର ମାତ୍ର କିଛି ସମୟ ପୂର୍ବରୁ ହିଁ ଜଣା ପଡିଥାଏ । ଏପରି ସ୍ଥଳରେ କିପରି ଯୁଦ୍ଧକାଳୀନ ଭିତ୍ତିରେ ଧନଜୀବନକୁ ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଲୋକମାନଙ୍କୁ ବିପର୍ଯ୍ୟୟ ପର୍ବୂରୁ ସୂଚନା ଦେଇ ସେମାନଙ୍କୁ ସଚେତନ କରିବା, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା, ବିଶେଷ କରି ଦିବ୍ୟାଙ୍ଗ, ଗର୍ଭବତୀ ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧା ଏବଂ ପଶୁ ସମ୍ପଦଙ୍କୁ ଆଗତୁରା ଥଇଥାନ କରାଯିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା । ଚାନ୍ଦବାଲି ବ୍ଳକର ୨୪ ଓ ବାସୁଦେବପୁର ବ୍ଳକର ୧୭ଟି ଗ୍ରାମ ମୁଖ୍ୟତ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏ ସବୁ ଅଞ୍ଚଳରେ ସ୍ଥାନୀୟ ବିଡିଓ, ତହସିଲଦାରମାନେ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ଜନ ପ୍ରତିନିଧି ବିଶେଷ କରି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରାଇ ଜନସାଧାରଣଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା, ବିଭିନ୍ନ ବ୍ଳକର ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.