Home ଜିଲ୍ଲା ପରିକ୍ରମା ଭଦ୍ରକ ଖାନ୍‌କାହ ଶରିଫ୍‌ର ଗେଟ ଖୋଲା ହେଲା , ସାନ/ବଡ଼ ସରକାର ବାବାଙ୍କ ଦର୍ଶନ କଲେ...

ଭଦ୍ରକ ଖାନ୍‌କାହ ଶରିଫ୍‌ର ଗେଟ ଖୋଲା ହେଲା , ସାନ/ବଡ଼ ସରକାର ବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

14

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ୍ ରୋଡ ସ୍ଥିତ ଗୁଲଶନେ ଗୌଷପାକ ଖାନ୍‌କାହ ଶରିଫ ଦୀର୍ଘ ୧୦ ମାସ ପରେ ଆଜି (ମଙ୍ଗଳମାର)ଠୁ ମୁଖ୍ୟ ଗେଟ୍‌ର ଫାଟକ ‘ସାନ ସରକାର ଓ ବଡ଼ ସରକାର’ ବାବାଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କଠୁ ଅନୁମତି ମିଳିଛି । ସୂଚନା ଅନୁସାରେ କରୋନା କଟକଣା ପାଇଁ ପ୍ରତ୍ୟେକ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ସଂକ୍ରମର ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିଲା । କୋବିଡ଼-୧୯ର ନିୟମ ଅନୁଯାୟୀ ଦର୍ଶନ ବେଳେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ପ୍ରଶାସନର କଡା ନିର୍ଦ୍ଦେଶ ରହିଛି ଏବଂ ଗୁଲଶନେ ଗୌସପାକ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୮ ଘଟିକାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଖୋଲା ରହିବ । କଟକଣା ସମୟରେ ଖାନ୍‌କାହ ଶରିଫ ଗେଟ ଭିତରକୁ ବାରଣ କରାଯାଇଥିଲା । ଜିଲ୍ଲାପାଳଙ୍କଠୁ ଅନୁମତି ମିଳିଲା ପରେ ଖାନ୍‌କାହା ଶରିଫ ପରିସର, ବାହାର ଦୋକାନୀ, ବ୍ୟବସାୟୀମାନେ ସଜେଇବାରେ ଲାଗିଛନ୍ତି ଏବଂ ବାବାଙ୍କ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ବୋଲି ଗୁଲଶନେ ଗୌସପାକ କମିଟିର ସଭାପତି ହାଜି ଓ ହାଫିଜ୍ ଇସାକ ସାହେବ, ସମ୍ପାଦକ ଶେଖ ଅତାମୋହିଦ୍ଦିନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.