Home ଜିଲ୍ଲା ପରିକ୍ରମା ନଳକୂପରୁ ବାହାରୁଛି ଗୋଳିଆ ପାଣି , ୱାର୍ଡ଼ ବାସୀ ହନ୍ତସନ୍ତ

ନଳକୂପରୁ ବାହାରୁଛି ଗୋଳିଆ ପାଣି , ୱାର୍ଡ଼ ବାସୀ ହନ୍ତସନ୍ତ

43

ବାହାନଗା,୧୪ା୧ (ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ୬ନଂ ୱାର୍ଡ଼ରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଭରରସା ଗୋଗ୍ୟ ନଳକୂପରେ ବାହାରୁଛି ଗୋଳିଆ ପାଣି । ଫଳରେ ୱାର୍ଡ଼ବାସୀ ପାଣି ବ୍ୟବହାର କରି ନପାରି ଯାଉଛନ୍ତି ଦୂରକୁ । ଏହି ନଳକୂପରୁ ପାଣି ଏମିତି ଗୋଳିଆ ବାହାରୁଛି । ଏହା ଉପରେ ୩୦ଟି ପରିବାର ନିର୍ଭର ଶୀଳ । ତେଣୁ ଏହାର ପ୍ରତିକାର ହୋଇ ନପାରବାରୁ ଦୁଖ ଅନୁତାପର ସହ ପ୍ରକାଶ କରିଛନ୍ତି ୱାର୍ଡ଼ ବାସୀ । ଏହି ବିଭାଗକୁ ଗୋଳିଆ ପାଣି ସହ ସେଥିରୁ ବାହାରୁଥିବା ବାଲି ଓ କାଦୁଅକୁ ନେଇ ଦେଖାଇବା ପରେ ମଧ୍ୟ ବିଭାଗୀୟ ତରଫରୁ କୌଣସି ପଦକ୍ଷେକ୍ଷପ ନ ନେବାର ପ୍ରକାଶ କରିଛନ୍ତି ୱାର୍ଡ଼ ବାସୀ । ସେଠାକୁ ପାଇପ ପାଣି ମଧ୍ୟ ଯୋଗାଣ ନଥିବାର କହିଛନ୍ତି । ଯଦି ପାଇପ ପାଣି ଯୋଗାଇ ହୋଇ ପାରନ୍ତା ତାହେଲେ ସେମାଙ୍କର ସମସ୍ୟାର ଦୁଖଃ ଲାଘବ ହେବାର କହିଛନ୍ତି । ଏବଂ ଏହି ନଳକୂପକୁ ଶିିଘ୍ର ମରାମତି କରିବା ପାଇଁ ୱାର୍ଡ଼ର୍ ବାସୀ ଦାବୀ କରିଥିବାର ଜଣାପଡ଼ିଛି । ନହେଲେ ବ୍ଲକ ବିଭାଗୀୟ ଅଫିସ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.