Home ଜିଲ୍ଲା ପରିକ୍ରମା ଜିଲ୍ଲାବାସୀ ପାଳିଲେ ମକର ସଂକ୍ରାନ୍ତି ଓ ପଙ୍ଗୋଲ ଉତ୍ସବ

ଜିଲ୍ଲାବାସୀ ପାଳିଲେ ମକର ସଂକ୍ରାନ୍ତି ଓ ପଙ୍ଗୋଲ ଉତ୍ସବ

46

ମାଲକାନଗିରି,୧୪ା୧ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରେ କୋଭିଡ ନିୟମ ପାଳନ କରାଯାଇ ବିଭିନ୍ନ ଦେବା ଦେବୀଙ୍କ ପୀଠରେ ମକରସଂକ୍ରାନ୍ତି ପାଳିତ ହୋଇଯାଇଛି , ତେଲୁଗୁ ସଂପ୍ରଦାୟର ଲୋକେ ପଙ୍ଗୋଲ ଉତ୍ସବ ପାଳିଛନ୍ତି ।ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଏଜୁକେସନ କଲୋନି ଠାରେ ଥିବା ବିରାଟ କାୟ ପଚଂମୁଖି ହନୁମାନ ମୂର୍ତିନିକଟରେ ପବିତ୍ର ମକର ସଂକ୍ରାନ୍ତି ପବ ର୍ ପାଳନକରାଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ପୁଜାଅର୍ଚାନା କରିଥିଲେ ,ମନ୍ଦିରପ୍ରାଙ୍ଗଣରେ ମକରଚାଉଳ ପ୍ରସାଦ ଭକ୍ତମାନଙ୍କୁ ବଟଂନ କରାଯାଇଥିଲା ।ଠିକ ସେହିପରି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ତାରିଣି ମନ୍ଦିର, ଭୈରବୀ ମନ୍ଦିର ଓ ଶିବାନନ୍ଦ ଆଶ୍ରମ ଠାରେ ଥିବା ରାମମନ୍ଦିର ରେ ମକର ସଂକ୍ରାନ୍ତି ପାଳିତହୋଇ ଯାଇଛି । ଚଳିତ ବର୍ଷ ଭୟାବହ କରୋନା ମହାମାରି ପାଇଁ ଆଡମ୍ବର ରେ ମକର ଉତ୍ସବ ପାଳିତ ନହୋଇ ବିଭିନ୍ନ ଦେବାଳୟ ଗୁଡିକରେ କୋଭିଡ ନିୟମ ପାଳନ କରାଯାଇ ନିରାଡମ୍ବର ସହକାରେ ମକର ଉତ୍ସବ ପାଳିତ ହୋଇଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.