Home ଜିଲ୍ଲା ପରିକ୍ରମା ନରେନ୍ଦ୍ରପୁର ପଂଚାୟତରେ ବ୍ୟାପକ ଅନିୟମିତତା : ଲକ୍ଷ ଟଙ୍କାର ଡ୍ରେନେଜ କାର୍ଯ୍ୟ ଆରମ୍ଭରୁ ଭୁଷୁଡିଲା କାନ୍ଥ

ନରେନ୍ଦ୍ରପୁର ପଂଚାୟତରେ ବ୍ୟାପକ ଅନିୟମିତତା : ଲକ୍ଷ ଟଙ୍କାର ଡ୍ରେନେଜ କାର୍ଯ୍ୟ ଆରମ୍ଭରୁ ଭୁଷୁଡିଲା କାନ୍ଥ

198

ଭଦ୍ରକ, ୨୪-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ବ୍ଲକ ଅର୍ନ୍ତଗତ ନରେନ୍ଦ୍ରପୁର ପଂଚାୟତରେ ବିଭିନ୍ନ ଜନହିତକର କାର୍ଯ୍ୟରେ ସଂପୂର୍ଣ ଅନିୟମିତତା ଅଭିଯୋଗ ହୋଇଛି। ଏହି ପଂଚାୟତରେ ପାଇଖାନା କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଉପରେ ଅନିୟମିତତା ହୋଇଥିବା ବେଳେ ଏହି ସମସ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ନରେନ୍ଦ୍ରପୁର ବାସୀ ଅଭେିଯାଗ ଆଣିଛନ୍ତି।ଇତି ମଧ୍ୟରେ ଏହି ପଂଚାୟତର ସରପଂଚ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି ମତ ରଖିଛନ୍ତି। ପଂଚାୟତ ଅଧିକାରୀଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ମାଗିବା ପରେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ତୋଷାରପାତ ହୋଇଥିବାରୁ ଏହି ତଥ୍ୟ ମିଳି ପାରୁନାହିଁ ବୋଲି ଜଣେ ଯୁବସମାଜସେବୀ ଗଜେନ୍ଦ୍ର ସ୍ୱାଇଁ ମତବ୍ୟକ୍ତ କରିଛନ୍ତି। ଗତ ଜୁଲାଇ ୧୫ତାରିଖ ଦିନ ୨ଲକ୍ଷ ଟଙ୍କାର କାର୍ଯ୍ୟଦେଶ ପାଇ ସଂପୃକ୍ତ ପଂଚାୟତର କିଛି ଲୋକ ଏକ ଡ୍ରେନେଜ କାର୍ଯ୍ୟ କରୁଥିବା ବେଳେ ବିନା କୌଣସି କାରଣ ନଥାଇ କାର୍ଯ୍ୟଶେଷ ହେବା ପୂର୍ବରୁ ଏହି ୧୦୦ମିଟର ଲମ୍ବର ଡ୍ରେନେଜର କାନ୍ଥ ସଂପୂର୍ଣ ଭାଙ୍ଗି ପଡିଥିଲା। ଏହି କାର୍ଯ୍ୟ ନିମ୍ନ ମାନର ବୋଲି ପଂଚାୟତବାସୀ ଅଭିଯୋଗ କରିଥିବା ବେଳେ ଏହି କାର୍ଯ୍ୟ ସୁଚାରୂ ରୂପେ ସଂପାଦନ ହେଉଛି ବୋଲି ସଂପୃକ୍ତ ସରପଂଚ ମତ ରଖିଥିଲେ। କେତେବେଳେ ସରପଂଚ ନରେନ୍ଦ୍ରପୁର ଗ୍ରାମବାସୀଙ୍କୁ ଦୋଷାରୋପ କରୁଛନ୍ତିତ ଆଉ କେତେବେଳେ ଏହି ଡ୍ରେନେଜ କାର୍ଯ୍ୟ କ କେହି ଅସାମାଜିକ ଲୋକ ଭାଙ୍ଗି ତାଙ୍କୁ ବଦନାମ କରୁଥିବା କଥା କହୁଛନ୍ତି।ପ୍ରକୃତରେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ସାଧାରଣ ଜନତା ସ୍ୱର ଉଠାଇଥିବା ବେଳେ ଆଗାମୀ ଦିନରେ ଏହି ସମସ୍ତ କାର୍ଯ୍ୟର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ସାଧାରଣ ଜନତାଙ୍କ ଧନ ନରେନ୍ଦ୍ରପୁର ପଂଚାୟତାରେ ହରିଲୁଟ ହେଉଛି। ଏହି ସମସ୍ତ କାର୍ଯ୍ୟର ସଂପୂର୍ଣ ଦାୟିତ୍ୱ ସରପଂଚଙ୍କ ଉପରେ ନ୍ୟସ୍ଥ କରାଯାଇଥିବା ବେଳେ ଏହାର ହରିଲୁଟ ଚାଲିଛି ‘ଳରେ ଆଗାମୀ ଦିନରେ ଏହି ସମସ୍ତ ଅଭିଯୋଗ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହେବ ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.