Home ଜିଲ୍ଲା ପରିକ୍ରମା ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର : ବକ୍ରି – ଇଦ୍ ଓ ଝୁଲଣ କୋବିଡ କଟକଣା...

ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର : ବକ୍ରି – ଇଦ୍ ଓ ଝୁଲଣ କୋବିଡ କଟକଣା ମଧ୍ୟରେ ପାଳନ ହେବ

118

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକ୍ଡାଉନ ସ୍ଥିତିକୁ ନେଇ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ଶ୍ରାବଣ ମାସର ଶେଷ ସୋମବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଝୁଲଣଯାତ୍ରା ପଡୁଥିବାରୁ ଏହାକୁ କଟକଣାର ସହିତ ପାଳନ କରାଯିବ। ଅନୁରୂପ ଭାବେ ଆଗାମୀ ବକ୍ରି-ଇଦ୍ ମଧ୍ୟ ଏହି କଟକଣା ସମୟ ମଧ୍ୟରେ ପଡୁଥିବାରୁ ଏହା ମଧ୍ୟ କଟକଣା ମଧ୍ୟରେ ପାଳନ ହେବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ଶାନ୍ତି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଭଦ୍ରକର ମୁସ୍ଲିମ ଜମାତର ମୁଖିଆ ଏବଂ ହିନ୍ଦୁ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଜିଲ୍ଳା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଡ- ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର (ସା), ଅତିରିକ୍ତ ଏସପି କୈଳାସ ପରିଡା, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଚଉଦ ମହଲା ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ, ହିନ୍ଦୁ ସୁରକ୍ଷା ସମିତିର ପବନ ବାଗେଡିଆ, ବିଦ୍ୟାଧର ସାହୁ, ଗୋପାଳ ସାହୁ ପ୍ରମୁଖ ଭାଗ ନେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ମନ୍ଦିର ଓ ଧର୍ମାନୁଷ୍ଠାନରେ ଧାର୍ମିକ ସଭା କିମ୍ବା ଭକ୍ତମାନଙ୍କ ଏକତ୍ର ହେବା ଉପରେ ନିଷେଧାଦେଶ ବଳବତ୍ତର ଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ପାଳନ କରିବାକୁ ଯାଇ ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ଯାହା ଶ୍ରାବଣମାସର ଶେଷ ସୋମବାର ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ଝୁଲଣଯାତ୍ରା ପର୍ବ ପଡୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ପର୍ବ ପାଳନ କରିବେ। ସେହିଭଳି ବକ୍ରି ଇଦ୍ ଅବସରରେ ମସ୍ଜିଦ୍ରେ କେବଳ ୫ ଜଣ ଶ୍ରଦ୍ଧାଳୁ ସାମାଜିକ ଦୂରତ୍ୱ ରକ୍ଷା କରି ନମାଜ ପାଠ କରି ପାରିବେ। କୌଣସି ପରିସ୍ଥିତିରେ ସଂଖ୍ୟାଧିକ ଲୋକ ଏକତ୍ରିତ ନ ହେବା ଓ ପର୍ବକୁ ନିରାଡମ୍ବର ଭାବେ ବିଧିମତେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.