Home ଓଡ଼ିଶା ନଭେମ୍ବର ୧ରୁ “ମୋ ଧାମ ମୋ ଗର୍ବ” ଅଭିଯାନ ଆରମ୍ଭ

ନଭେମ୍ବର ୧ରୁ “ମୋ ଧାମ ମୋ ଗର୍ବ” ଅଭିଯାନ ଆରମ୍ଭ

43

ପୁରୀ-୩୦/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ର ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢ଼ି ତୋଳିବା ପାଇଁ ନଭେମ୍ବର ମାସ ୧ତାରିଖରୁ ପୁରୀ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି “ମୋ ଧାମ ମୋ ଗର୍ବ” ଅଭିଯାନ। ଏ ନେଇ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ପ୍ରତି ଗଳିକନ୍ଦିରେ ସ୍ୱଚ୍ଛତା ସହ ଧାର୍ମିକ ବାତାବରଣ ଫେରାଇ ଆଣିବା ପାଇଁ ଏକ ଘରୋଇ ସଂସ୍ଥା ସହ ପୁରୀ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେବାୟତ, ମଠ, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, ମସଜିଦ୍‌, କ୍ଲବ, ଜାଗା ଘର ଓ ସ୍ୱେଚ୍ଛାସେବୀ ପ୍ରତିନିଧିମାନେ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳ ପ୍ରଶିକ୍ଷକ ଭାବେ ଯୋଗଦେଇ ଏହି ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.