Home ଓଡ଼ିଶା କୋଭିଡ଼ କଟକଣା ଭିତରେ ସହରରେ ଗଜଲକ୍ଷ୍ମୀ ପୂଜା ପାଳିତ ହେବ

କୋଭିଡ଼ କଟକଣା ଭିତରେ ସହରରେ ଗଜଲକ୍ଷ୍ମୀ ପୂଜା ପାଳିତ ହେବ

51

ପୁରୀ-୩୦/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତାକାଲି ଠାରୁ ସହରରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯର୍୍ୟାୟରେ ପହଞ୍ଚିଛି। ବିଭିନ୍ନ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କର ପୂଜା ପାଇଁ ସମସ୍ତ ଆୟୋଜନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କୋଭିଡ଼-୧୯ର କଟକଣା ଅନୁଯାୟୀ ସମସ୍ତ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେବ। କୁମାର ପୂର୍ଣ୍ଣିମା ପାଇଁ ସହରରେ ବିଭିନ୍ନ ସ୍ଥାନରେ ଲିଆ, ଜହ୍ନି କସି, କାକୁଡ଼ିି କସି ଓ ଅନ୍ୟାନ୍ୟ ଭୋଗ ଦୋକାନର ପସରା ମେଲି ଯାଇଛି। କୁମାରୀ କନ୍ୟାମାନେ ଆସନ୍ତାକାଲି ପ୍ରତ୍ୟୁଷରେ ସୂର୍ଯ୍ୟ ଦେବତାଙ୍କୁ ଆଞ୍ଜୁଳି ଟେକି ପୂଜା କରିବେ। ଚଳିତବର୍ଷ କୋଭିଡ଼ କଟକଣା-୧୯ ଲାଗି ରହିଥିବା ଯୋଗୁଁ ସମସ୍ତେ ଏହି ନିୟମକୁ ପାଳନ କରି ଘରେ ଘରେ ପୂଜାର୍ଚ୍ଚନା କରିବେ। ସନ୍ଧ୍ୟାରେ କୁମାରୀ କନ୍ୟାମାନେ ଚାନ୍ଦ ପୂଜା କରିବା ସହ କବାଟ କୋଣରେ ଲୁଚି ରହି ଚାନ୍ଦ ଖାଇବା ଯେଉଁ ପରମ୍ପରା ରହିଛି ତାକୁ ମଧ୍ୟ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଯେହେତୁ କୋଭିଡ଼ କଟକଣା ଜାରି ରହିଛି ସେଥିନିମନ୍ତେ ଉତ୍ସବର ମାହୋଲ ଫିକା ପଡ଼ି ଯାଇଥିଲେ ମଧ୍ୟ ପରମ୍ପରାକୁ ବଜାୟ ରଖି ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କୁମାର ପୂର୍ଣ୍ଣିମା ପାଇଁ ସହରରେ ଥିବା ବିଭିନ୍ନ ଦୋକାନ ବଜାରରେ ବିଶେଷ କରି ଡ୍ରେସ, ଶାଢ଼ି, ଚୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀୀ ଦୋକାନ ଗୁଡ଼ିକରେ ସବୁ ବର୍ଷ ଯେତିକି ଭିଡ଼ ଲାଗିଥାଏ ସେ ଭିଡ଼ ଲାଗିଥିବା ଦେଖା ଯାଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.