Home ଜିଲ୍ଲା ପରିକ୍ରମା ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ କଲେଜ ହୀରକ ଜୟନ୍ତୀ, ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ଗୃହୀତ

ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ କଲେଜ ହୀରକ ଜୟନ୍ତୀ, ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ଗୃହୀତ

67

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ଆଜି ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର ଅନୁଷ୍ଠିତ ବୈଠକରେ ନିଷ୍ପତି ଚୂଡାନ୍ତ କରାଯାଇଛି। ଅଧୀବକ୍ତା ସରୋଜ ତପନ ଦାସ ଏବଂ ଅଧ୍ୟାପକ ସଂଗ୍ରାମ ମହାନ୍ତିଙ୍କ ସଂଯୋଜନା ତଥା ପୁରାତେନ ଛାତ୍ର ସଂସଦ ସଭାପତି ପ୍ର. ଦେବେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଜୟ ନାୟକ ସଭାର ଆଭିମୁଖ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ‘ନାକ’ ଟିମ୍ ଆସିବାକୁ ଥିବାରୁ ମହାବିଦ୍ୟାଳୟ ପରିସରକୁ ଏକ ନୂତନ ରୂପରେ ଗଢିତୋଳିବାକୁ ଶ୍ରୀଯୁକ୍ତ ନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ। ମହାବିଦ୍ୟାଳୟର ମୁଖ୍ୟ ଫାଟକ, ମୋଟର ସାଇକେଲ ଷ୍ଟାଣ୍ଡ, ଡିସ୍‌ପେନ୍‌ସାରୀ, ଶ୍ରେଣୀଗୃହ ଓ ଖେଳ ପଡ଼ିଆର ମରାମତି, ପ୍ଲାଟିନମ୍ ହୀରକ ଜୟନ୍ତୀ ସ୍ମାରକୀ ଗୃହ ନିର୍ମାଣ ନିମନ୍ତେ ଗୋବର୍ଦ୍ଧନ ସାମଲ ସଭାରେ ପ୍ରସ୍ତାବ ଆଗତ କରିଥିଲେ। ଜୟନ୍ତୀରେ ଅତିଥି ଭାବେ ଆମନ୍ତ୍ରଣ ପାଇଁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ଅତିଥିଙ୍କୁ ଯୋଗାଯୋଗ କରିବାକୁ ଅଭ୍ୟର୍ଥନା କମିଟିର ସଭାପତି ବିଧାୟକ ସଂଜୀବ ମଲ୍ଲିକଙ୍କୁ ଅନୁରୋଧ କରାଯାଇଛି। ସଭା ପ୍ରାରମ୍ଭରେ ଅମରେନ୍ଦ୍ର ବିଶ୍ୱାଳ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଡାକ୍ତର ପ୍ରଭାସ ମହାନ୍ତି, ଅଭୟ ଦ୍ୱିବେଦୀ, ଡା. ହରେକୃଷ୍ଣ ନାୟକ, ଶାନ୍ତନୁ ରାଉତ, ହରମୋହନ ଜେନା, ଜ୍ୟୋତିପ୍ରକାଶ ମହାନ୍ତି, ଅମ୍ବିକା ପ୍ରସନ୍ନ ଦାସ, ସୌରେଶ ମହାନ୍ତି, ଗିରିଧାରୀ ନାଥ, ଗୌରାଙ୍ଗ ବାରିକ, ରୂପକ ବିହାରୀ ରାୟ, ସମୀର ରଂଜନ ଦାସ, ଲକ୍ଷ୍ମୀଧର ବିଶ୍ୱାଳ, କମଳାକାନ୍ତ ଜେନା, ଅମର ବାରିକ, କମଳାକାନ୍ତ ସ୍ୱାଇଁ, ଶାନ୍ତି ସ୍ୱରୂପ ମହାପାତ୍ର, ସ୍ୱାଧୀନ ସୁନ୍ଦର ଦାସ, ପ୍ରିନ୍‌ସ୍ ରାକେଶ ନାୟକ, ସୁଧୀର ଦ୍ୱିବେଦୀ, ଲଲାଟେନ୍ଦୁ ମହାନ୍ତି, ଶରତ ପଢିଆରୀ, ରାକେଶ ପଣ୍ଡା, ଡ. ରାଧାରାଣୀ ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ପ୍ରସ୍ତାବମାନ ଦେଇଥିଲେ। ଡାକ୍ତର ପ୍ରଦୀପ ନାୟକ, ପ୍ର. ଶୈଳେନ୍ଦ୍ର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଧାୟକ ସଂଜୀବ ମଲ୍ଳିକ ମଞ୍ଚାସିନ ହୋଇ ବିଭିନ୍ନ ପ୍ରସ୍ତାବର ତର୍ଜମା କରିଥିଲେ। ଶେଷରେ ଅଧୀବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.