Home ଜିଲ୍ଲା ପରିକ୍ରମା ଧାମନଗର ସେବା ସମବାୟ ସମିତିରେ ପୋଛିନେଲା ବିଜେପି

ଧାମନଗର ସେବା ସମବାୟ ସମିତିରେ ପୋଛିନେଲା ବିଜେପି

73

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ୧୨ଟି ସେବା ସମବାୟ ସମିତି ମ୍ମରୁ ୧୧ଟି ସେବାସମବାୟ ସମିତିର ପରିଚାଳନା ପରିଷଦର ସଭାପତି ବିଜେଡ଼ି ସମର୍ଥିତ ହୋଇଥିବାବେଳେ ଧାମନଗର ସେବା ସମବାୟ ସମିତିର ଆଜି ପରିଚାଳନା ପରିଷଦର ୧୫କୁ ୧୫ ସଭ୍ୟ ହାତେଇବା ଧାମନଗର ବିଜେଡ଼ିକୁ ବଡ଼ ଧକ୍କା ଦେଇଛି। ବାରମ୍ବାର ବିଶୃଙ୍ଖଳା ଓ ଧାରଣା ପାଇଁ ଧାମନଗର ସେବା ସମବାୟ ସମିତିରେ ପରିଚାଳନା ପରିଷଦ ସଭ୍ୟପାଇଁ ନିର୍ବାଚନ ସ୍ଥଗିତ ଥିବାବେଳେ ଜୁଲାଇ ୨୪ତାରିଖ ରବିବାର ନିର୍ବାଚନ ହୋଇଥିଲା। ପୂର୍ବରୁ ୬ ଓ ୯ନମ୍ବର ଜୋନ୍‌ର ବିଜେପି ସମର୍ଥିତ ସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦିଭାବେ ନିର୍ବାଚିତ ହୋଇଥିବାବେଳେ ଆଜି ଅବଶିଷ୍ଟ ୧୩ଟି ଯାକ ଜୋନ୍‌ର ନିର୍ବାଚନରେ ବିଜେପିର ସମର୍ଥିତ ସଭ୍ୟ ସଭ୍ୟା ପ୍ରାର୍ଥୀମାନେ ବିଜୟୀ ହୋଇଥିବା ସମ୍ପୃକ୍ତ ସମିତିର ନିର୍ବାଚନ ଅଧିକାରୀ ବିକ୍ରମ ସାହୁଙ୍କ ପ୍ରକାଶ କରିଛନ୍ତି। ଆଜିର ନିର୍ବାଚନରେ ବ୍ଲକ ସମବାୟ ନିର୍ବାଚନ ସେକ୍ଟର ଅଫିସର ମୃତ୍ୟୁଞ୍ଜୟ ପଣ୍ଡା, ଭାରପ୍ରାପ୍ତ ସମ୍ପାଦିକା ସ୍ୱାଗତିକା ରାଉତ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ବିଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡ଼ି ଆଶାତୀତ ସଫଳତା ସହ ବ୍ଲକ ଓ ପୌର ନିର୍ବାଚନରେ ଧାମନଗର ଏନ୍‌ଏସି ଦଖଲ କରିଥିବାବେଳେ ଧାମନଗର ପଂଚାୟସମିତି ଓ ଏନ୍‌ଏସିରେ ମାତ୍ର ୨ଶହ ମିଟର ଦୂରରେ ଧାମନଗର ସେବା ସମବାୟ ସମିତି ଏବେ ବିଜେପି କବଜାରେ ରହିବା ସୁନିଶ୍ଚିତ ହୋଇଯାଇଛି। ସୂଚନା ଥାଉକି ଧାମନଗର ସେବା ସମବାୟ ସମିତିରେ ଦୀର୍ଘ ୩୦ବର୍ଷ ଧରି ବିଜେପି ସମର୍ଥିତ ସଭାପତି ଦଖଲରେ ଥିବାବେଳେ ଏବେ ସମ୍ପୁର୍ଣ୍ଣ ଭାବରେ ପଂଚାୟତ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବିଜେଡ଼ିର ଦବ୍‌ଦବା ଥିବାବେଳେ କେଉଁ ପରିସ୍ଥିତିରେ ଉକ୍ତ ସମିତିର ପୁଣି ବିଜେପି ହାତକୁ ଗଲା ତାହାକୁ ଏବେ ବିଜେଡ଼ି ଆତ୍ମସମୀକ୍ଷା କରିବା ଉଚିତ୍। ତେବେ ଧାମନଗର ସମିତିରେ ବିଜେଡ଼ି ଦଳପାଇଁ ନିର୍ବାଚନ ଦାୟିତ୍ୱ ନେଇଥିବା ନେତୃତ୍ୱଙ୍କ ପ୍ରତି ଦଳୀୟ କର୍ମୀଙ୍କ ଅସନ୍ତୋଷ ଓ ଅସହଯୋଗ ହେତୁ ଦଳ ସଫଳତା ଠାରୁ ଦୂରେଇ ଗଲାବୋଲି ଆଲୋଚନା ହେଉଛି। ପ୍ରକାଶ ଥାଉକି ଧାମନଗର ସେବା ସମବାୟ ନିର୍ବାଚନ ପୂର୍ବରୁ ବାରମ୍ବାର ଗଣ୍ଡଗୋଳ ହୋଇଥିବାରୁ ଆଜି ବ୍ୟାପକ ପୋଲିସ ଫୋର୍ସ ମଧ୍ୟରେ ନିର୍ବାଚନ ଶାନ୍ତିପୁର୍ଣ୍ଣ ଭାବରେ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.