Home ଓଡ଼ିଶା ନବ ବିବାହିତାଙ୍କ ମୃତଶରୀର ଉଦ୍ଧାର, ବାପଘର ଲୋକଙ୍କ ହତ୍ୟା ଅଭିଯୋଗ

ନବ ବିବାହିତାଙ୍କ ମୃତଶରୀର ଉଦ୍ଧାର, ବାପଘର ଲୋକଙ୍କ ହତ୍ୟା ଅଭିଯୋଗ

24

ବାଲେଶ୍ୱର, ୨୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଶୋଇବାଘରୁ ଝୁଲନ୍ତା ଜନୈକ ମହିଳାଙ୍କ ଝୁଲନ୍ତା ମୃତଦେହକୁ ବୁଧବାର ଦିନ ଉଦ୍ଧାର କରାଯାଇଛି। ଶୋଇବାଘର ସିଲିଂଫ୍ୟାନ୍‍ରେ ଫାଶୀ ଅବସ୍ଥାରେ ତାଙ୍କୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଯୁଧିଷ୍ଟିରପୁର ଗ୍ରାମର ଚିରଞ୍ଜୀବି ପୃଷ୍ଟିଙ୍କ ପତ୍ନୀ ପଲ୍ଲବୀ ଜ୍ୟୋତି ବେହେରା। ୧୦ମାସ ଆଗରୁ ଦୁଇଜଣଙ୍କର ବିବାହ ହୋଇଥିଲା। ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ଗ୍ରାମର କାର୍ତ୍ତିକ ବେହେରାଙ୍କ କନ୍ୟା ପଲ୍ଲବୀ ଓ ଯୁଧିଷ୍ଟିରପୁର ଗ୍ରାମର ଳକ୍ଷ୍ମଣ ପୃଷ୍ଟିଙ୍କ ପୁତ୍ର ଚିରଞ୍ଜୀବି ନେଟୱାର୍କିଂ ସଂସ୍ଥାରେ କାର୍ଯ୍ୟ କରିବା ଅବସରରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଭିନ୍ନ ଜାତିର ହୋଇଥିଲେ ମଧ୍ୟ ଦୁଇପରିବାରର ସମ୍ମତି କ୍ରମେ ଉଭୟଙ୍କର ବିବାହ କରାଯାଇଥିଲା। ବିବାହର ବର୍ଷେ ନପୂରୁଣୁ ପଲ୍ଲବୀଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଜାତିକୁ ନେଇ ଶ୍ୱଶୂରଘର ଲୋକେ ତାଙ୍କୁ ସର୍ବଦା ଅପବାଦ ଦେଉଥିଲେ ବୋଲି ପଲ୍ଲବୀଙ୍କ ବାପଘର ଲୋକେ ପୁଲିସଠାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଜିଲାମୁଖ୍ୟ ଚିକିତ୍ସାଳୟରେ ଆଜି ଉଭୟ ପକ୍ଷ ଲୋକଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ତେବେ ମୃତ ପଲବୀଙ୍କ ବାପଘର ଲୋକଙ୍କ ଅଭିଯୋଗକୁ ଗ୍ରହଣ ପରେ ମୃତଶରୀର ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନର୍ଦ୍ଧାରଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.