Home ଜିଲ୍ଲା ପରିକ୍ରମା ନବରାଗ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ପରଲୋକ

ନବରାଗ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ପରଲୋକ

12

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ‘ନବରାଗ’ ପତ୍ରିକାର ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କର ୭୪ ବର୍ଷ ବୟସରେ ଶୁକ୍ରବାର ସାକଳ ସାଢେଚାରିଟାରେ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲ କଲେଜରେ ପରଲୋକ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଗନନାଥପ୍ରସାଦ ଗ୍ରାମର ବାସିନ୍ଦା ସ୍ୱର୍ଗତ ନାୟକ ଜଗନ୍ନାଥପ୍ରସାଦ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରି ଫକିରପୁର ବି.ଏଡ. କଲେଜ ଓ ଭଦ୍ରକ କଲେଜରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ । ‘ନବରାଗ’ ପତ୍ରିକା ପ୍ରତିଷ୍ଠା କରି ଏହାର ସମ୍ପାଦନା କରୁଥିଲେ । ସେ କବିତା ସଙ୍କଳନ ‘ଇଶ୍ୱରଙ୍କ ଠିକଣା’, ଉପନ୍ୟାସ ‘ସମୟର ସୁଅ’ ଆଦି ବହୁ ସାହିତ୍ୟ ରଚନା କରିଛନ୍ତି । ଗତ କିଚି ଦିନ ଧରି ଅସୁସ୍ଥତା ଅନୁଭବ କରିବାରୁ ସେ ଏମ.ସ ମେଡିକାଲ କଲେଜରେ ଚିକିତ୍ସାଧିନ ଥିଲେ । ସ୍ୱର୍ଗତ ନାୟକଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ଭଦ୍ରକ ଓ ଭଣ୍ଡାରିପୋଖରୀର ସାହିତ୍ୟିକ, ବୁଦ୍ଧିଜୀବି ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ମର ଶରରକୁ ଭଦ୍ରକ ଅଣାଯାଇ ପରେ ଜନ୍ମମାଟି ଜଗନ୍ନାଥପ୍ରସାଦ ଗ୍ରାମକୁ ନିଆଯାଇଥିଲା । ସେଠାରେ ବହୁ ବ୍ୟକ୍ତି ମରଶରୀରକୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପୁତ୍ର ମାନସ କୁମାର ମୁଖାଗ୍ନି ଦେଇଥିଲେ । ଚାରି ଝିଅ, ଜ୍ୱାଇଁ, ଭାଇ ତଥା ‘ଶତଦ୍ରୂ’ର ସମ୍ପାଦକ ଉପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ସଂସ୍କାର କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଶିଷ୍ଟ କବି ଅଚ୍ୟୁତାନନ୍ଦ ସାମଲ, ବିଶିଷ୍ଟ ନାଟ୍ୟକାର ତଥା ‘ଜଗତ୍‌ଜନନୀ’ ପ୍ରତିକାର ସମ୍ପାଦକ ସୁଧାକର ନନ୍ଦ, ‘ଅଞ୍ଜଳି’ ସମ୍ପାଦକ ପ୍ରକାଶ ମହାପାତ୍ର, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ପକ୍ଷରୁ ସଭାପତି ସୁରେନ୍ଦ୍ର ମିଶ୍ର, ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ, ଔପନ୍ୟାସିକ ଭାସ୍କର ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.