Home ଜିଲ୍ଲା ପରିକ୍ରମା ମହାତ୍ମା ଗାନ୍ଧି ବିଚାର ମଞ୍ଚର ନୂତନ କର୍ମକର୍ତ୍ତା ଚୟନ

ମହାତ୍ମା ଗାନ୍ଧି ବିଚାର ମଞ୍ଚର ନୂତନ କର୍ମକର୍ତ୍ତା ଚୟନ

22

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧି ବିଚାର ମଞ୍ଚର ପୂର୍ବତନ ସଭାପତି ସ୍ୱର୍ଗତଃ ଡ. ସନାତନ ମହାନ୍ତିଙ୍କ ବାସଭବନ ‘ଦିବ୍ୟମ୍‌’ ସଭାଗୃହରେ ଅନୁଷ୍ଠାନର ସାଧାରଣ ବୈଂକ ଉପସଭାପତି ଏସ୍‌.ଏମ୍‌. ଫାରୁକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥି ଭାବେ ଡାକ୍ତର ହରେକୃଷ୍ଣ ନାୟକ, ଅଜୟ କୁମାର ନାୟକ, ଡ. ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ପାଦକ ଶାନ୍ତନୁ କୁମାର ରାଉତ ବିଗତ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଦିବଂଗତ ସଭାପତି ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଆୟବ୍ୟୟର ହିସାବ ଉପସ୍ଥାପନ କରାଯାଇଥିବା ବେଳେ ଅତିଥିମାନେ ଗାନ୍ଧି ବିଚାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ମଞ୍ଚର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ମଞ୍ଚର ନୂତନ ସଭାପତି ଭାବେ ଶାନ୍ତନୁ ରାଉତଙ୍କୁ ମନୋନୀତ କରାଯାଇଥିଲା, ସମ୍ପାଦକ ଭାବେ ସୁଧାକର ରାଉତ, ଉପଦେଷ୍ଟା ଭାବେ ଡାକ୍ତର ହରେକୃଷ୍ଣ ନାୟକ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଦିଗମ୍ବର ମହାନ୍ତି, ଅଜୟ କୁମାର ନାୟକ, ଉପସଭାପତି ଭାବେ ଏସ.ଏମ. ଫାରୁକ ଓ ଡ. ରାଧାରାଣୀ ମହାପାତ୍ର, ହରମୋହନ କୁଅଁର, ଡ. ଗୋଲକ ବିହାରୀ ସାହୁ, ସଂଗଠନ ସମ୍ପାଦକ ଭାବେ ବାବୁଲାଲ ଦାସ ଓ ଅଜିତ କୁମାର ନାୟକ, ସଂଯୋଜକ ଭାବେ ବୈଲୋଚନ ବେହୁରିଆ ଓ ବିନୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ଦାସ, କ୍ଷୀରୋଦ କୁମାର ମିଶ୍ର, ପରମାନନ୍ଦ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ କରୁଣାକର ଉପାଧ୍ୟାୟ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଏହି ଅବସରରେ ନୂତନ କରି ୧୨ଜଣଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା । ଶେଷରେ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.