Home ଜିଲ୍ଲା ପରିକ୍ରମା ନନ୍ଦିଘୋର ଠାରେ ମଣ୍ଡଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ନନ୍ଦିଘୋର ଠାରେ ମଣ୍ଡଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ

33

ନୟାଗଡ଼, ୧୧ା୧୧ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଜବାହରଲାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବସନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ସରପଂଚ ଶ୍ୱେତାଲିନା ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ ପ୍ରମୁଖ ଯୋଗଦେଇଥିବାବେଳେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ସହିତ ବୌଦ୍ଧିକ ବିକାଶ ପାଇଁ ସୁରଭି ଭଳି ଏକ କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ବୋଲି କହିଥିଲେ। ଛାତ୍ରଛାତ୍ରୀମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ସେମାନଙ୍କ ଭିତରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଯେଗୀମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୪ ତାରିଖରେ ଜିଲ୍ଳା ସ୍ତରରେ ହେବାକୁ ଥିବା ଶିଶୁ ମହୋତ୍ସାବ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ, ଗାଇଡ଼୍ ଟିଚର, ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ମଣ୍ଡଳ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.