Home କୋରାପୁଟ କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

26

କୋରାପୁଟ  ୨୬-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କୋଭିଡ ସଚେତନତା ରଥକୁ ପତାକା ଦେଖାଇ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର  ଶୁଭାରମ୍ଭ କରିଥିଲେ ।ରାଜ୍ୟ ସରକାର , ୟୁନିସେଫ ଓ ଚାଇଲଡ ଫଣ୍ଠର ମିଳିତ ଆନୁକୁଲ୍ୟରେ ଉକ୍ତ ରଥଟି ଜିଲ୍ଲାର ସହରାଂଚଳ ଓ ଗ୍ରାମାଂଚଳକୁ ଯାଇ  ହାତ ଧୋଇବା , ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରଖିବା  ଇତ୍ୟାଦି ସହ କୋଭିଡ ଟୀକା ନେବାକୁ ସମସ୍ତଙ୍କୁ ସଚେତନତା କରାଇବେ ବୋଲି  ଚାଇଲଡ ଫଣ୍ଠର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।ରାଜ୍ୟର ୮ ଟି ଜିଲ୍ଲାରେ ଉକ୍ତ ସଚେତନତା ରଥ ପରିଭ୍ରମଣ କରି ସଚେତନତା କରାଇବ ବୋଲି ସେ ସୂଚନା ଦେଇଛନ୍ତି ।ଜିଲ୍ଲାର ଆଶା , ଅଙ୍ଗନବାଡି କର୍ମି ଓ ଏଏନଏମମାନଙ୍କ ସଫଳ ସଚେତନତା ପାଇଁ ଟୀକାକରଣ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଓଡିଶାରେ ଅଗ୍ରଣୀ ରହିଥିବା ଜିଲ୍ଲାପାଳ ଅଖତର ସୂଚନା ଦେଇଛନ୍ତି ।ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟୀକାନେବେ ବୋଲି ସୂଚନା ଦେବାପରେ ଗ୍ରାମାଂଚଳରେ ଟୀକାକରଣ ଅଭିଯାନ ରଥ ବୁଲିବା ପରେ ଲୋକମାନେ ଟୀକା ନେବାକୁ ଆଗଭର ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ,ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ , ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ସାମାଲ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.