Home ଓଡ଼ିଶା ମହିଳା ଙ୍କ ମୃତ୍ୟୁ କୁ ନେଇ ଥାନା ରେ ଅଭିଯୋଗ ସ୍ୱାମୀ ଗିରଫ

ମହିଳା ଙ୍କ ମୃତ୍ୟୁ କୁ ନେଇ ଥାନା ରେ ଅଭିଯୋଗ ସ୍ୱାମୀ ଗିରଫ

52

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୯-  ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗ୍ରାମ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମହିଳା ଙ୍କ ପରିବାର ତରଫରୁ ଏ ନେଇ ଚାନ୍ଦପୁର ଥାନା ରେ ହତ୍ୟା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ମୃତ ମହିଳା ଙ୍କ ଶବ ଜବତ କରିବା ସହ ପଞ୍ଚନାମା ପାଇଁ ରଣପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି । ମହିଳା ଙ୍କ ସ୍ୱାମୀ ଙ୍କୁ ଚାନ୍ଦପୁର ପୋଲିସ ଅଟକ ରଖିଥିବା ଜଣାପଡିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ହରିହରପୁର ଗ୍ରାମର ଅମିନ ବେହେରା (୫୦) ଙ୍କ ଦ୍ୱିତୀୟ ସ୍ତ୍ରୀ ସୁକାନ୍ତି ବେହେରା  । ଅମିନ ବେହେରା ଙ୍କ ପ୍ରଥମ ସ୍ତ୍ରୀ ର ସଂନ୍ଦେହ ଜନକ ମୃତ୍ୟୁ ପରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମର ସୁକାନ୍ତି ବେହେରା ଙ୍କୁ ୬ ବର୍ଷ ତଳେ ବିବାହ କରିଥିଲେ । ସୁକାନ୍ତି ବେହେରା ଙ୍କ ଗୋଟିଏ ୪ ବର୍ଷ ର କନ୍ୟା ସନ୍ତାନ ରହିଅଛି । ମୃତ ସୁକାନ୍ତି ବେହେରା ୩ ମାସ ଧରି ନିଜ ବାପ ଘରକୁ ଚାଲିଯାଇଥିଲେ । ଗତ ସୋମବାର ଦିନ ତାଙ୍କ ବାପଘର ଲୋକେ ସୁକାନ୍ତି କୁ ହରିହରପୁର ଗ୍ରାମ ରେ ଛାଡିଥିଲେ ।

ସୁକାନ୍ତି ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀ ସଭ୍ୟା ରହି ଗୋଷ୍ଠୀ ରୁ ଋଣ ଆଣିଥିଲେ । ବାପଘରୁ ଫେରିବା ପରେ ମହିଳା ଗୋଷ୍ଠୀ ୩ ମାସ ର ମାସିକ ଋଣ ଟଙ୍କା ପଇଠ କରିବା ପାଇଁ ବାଧ୍ୟ କରିଥିଲେ । ମହିଳା ଋଣ ଚାପରେ ଥିବା ବେଳେ ଋଣ ସୁଝିବା ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ସେପ୍ଟେମ୍ବର ୨ ତାରିଖ ସକାଳୁ ସୁକାନ୍ତି ଙ୍କ ବାପଘରେ ତାଙ୍କର ସଂନ୍ଦେହ ଜନକ ମୃତ୍ୟୁ ନେଇ ଖବର ପହଂଚି ଥିଲା । ପରିବାର ର ତାଙ୍କ ଭାଇ ଗୋପାଳ ବେହେରା ଆସି ହରିହରପୁର ରେ ପହଂଚି ଦେଖିଲେ ଯେ ତାଙ୍କ ଭଉଣୀ ସୁକାନ୍ତି ସଂନ୍ଦେହ ଜନକ ଅବସ୍ଥା ରେ ମୃତ୍ୟୁ ବରଣ କରି ତଳେ ଶୋଇଅଛି । ପରିବାର ଲୋକେ ସୁକାନ୍ତି ଆତ୍ମହତ୍ୟା କରିଥିବା କହୁଥିଲେ ମଧ୍ୟ ତାଙ୍କ ଭାଇ ଗୋପାଳ ବେହେରା ହତ୍ୟା ସଂନ୍ଦେହ କରି ଥାନା ରେ ଅଭିଯୋଗ ଦେଇଥିବା ଜଣାପଡିଛି । ଚାନ୍ଦପୁର ଥାନା ପୋଲିସ ହତ୍ୟା ଅଭିଯୋଗ ରେ ସ୍ୱାମୀ ଅମିନ ବେହେରା ଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.