Home କନ୍ଧମାଳ ନଦୀ କୂଳରୁ ନାବାଳିକାକୁ ଉଦ୍ଧାର କଲା ଦମକଳ ବାହିନୀ

ନଦୀ କୂଳରୁ ନାବାଳିକାକୁ ଉଦ୍ଧାର କଲା ଦମକଳ ବାହିନୀ

106

କନ୍ଧମାଳ, ୨୨/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସୋମବାର ରାତି ପ୍ରାୟ ୯-୩୦ରେ ଫୁଲବାଣୀ ପୌରପରିଷଦ ପଟାବାଲି ସାହି ନଦୀ କୂଳରେ ପଡ଼ିଥିବା ଜଣେ ନାବାଳିକାକୁ ଫୁଲବାଣୀ ଦମକଳ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଉକ୍ତ ନାବାଳିକା ଜଣକ ନଦୀକୂଳକୁ ଆସିଲେ ତାହା ଜଣାପଡ଼ିନଥିଲେ ମଧ୍ୟ ସେ ସାମାନ୍ୟ ବିକୃତ ବୋଲି ଅନୁମାନ କରାଯାଇଛି। ହାବିଲଦାର ଚିତ୍ତରଞ୍ଜନ ସାହୁଙ୍କ ସମେତ କର୍ମଚାରୀ ହାପି ବଗର୍ତ୍ତି, ଅରୁଣ ପ୍ରଧାନ, ଦିପେନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ ଜେନା ଓ ଅନ୍ୟମାନେ ଉଦ୍ଧାର କରିବା ପରେ ଡାକ୍ତରଖାନା ନେଇଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଯୁବତୀଙ୍କ କୌଣସି ପରିଚୟ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.