Home ଜିଲ୍ଲା ପରିକ୍ରମା ଜନ୍ମାଷ୍ଟମୀରେ ଶିଶୁଙ୍କ ରାଧାକୃଷ୍ଣ ବେଶ

ଜନ୍ମାଷ୍ଟମୀରେ ଶିଶୁଙ୍କ ରାଧାକୃଷ୍ଣ ବେଶ

151

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ମମୀ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ଆକର୍ଷଣୀୟ ତୋରଣରେ ସୁସଜ୍ଜିତ ହୋଇଥିଲାବେଳେ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ଶିଶୁ ବିଦ୍ୟା ମନ୍ଦିରରେ ଛୋଟ ଛୋଟ ଶିଶୁମାନେ ରାଧା କୃଷ୍ଣ ବେଶରେ ସଜ୍ଜିତ ହେବା ବେଶ୍ ଆକର୍ଷଣୀୟ ହୋଇଥିଲା। ଶିଶୁମାନଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜାଇ କୃଷ୍ଣଙ୍କର ମହିମା ଓ ଲୀଳା ଅଭିନୟ ମାଧ୍ୟମରେ ପରିବେଷଣ କରିବା ବେଶ୍ ଆନନ୍ଦ ଦାୟକ ଥିଲା। ଶିଶୁମାନଙ୍କର ଅଭିଭାବକମାନେ ଶିଶୁଙ୍କର ବେଶଭୂଷାରେ ବିମୋହିତ ହୋଇ ଶିଶୁମାନଙ୍କୁ ଜନ୍ମାଷ୍ଟମୀରେ ମିଠା ଖୁଆଇବାର ଦୃଶ୍ୟ ବେଶ୍ ନିଆରା ଥିଲା। ଜନ୍ମାଷ୍ଟମୀରେ ଭକ୍ତମାନେ ନିଷ୍ଠାର ସହ ଏ ତିଥିକୁ ପାଳନ କରି ରାତି ୧୨ଟା ପରେ କୃଷ୍ଣଙ୍କ ଜନ୍ମ ପରେ ଉପବାସ ଭଙ୍ଗ କରିବାର ବିଧି ରହିଛି। ଏହି ପରିପ୍ରେକ୍ଷିରେ ଗାଁ ମାନଙ୍କର କୋଠଘର, ମନ୍ଦିର ଆଦି ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହିତ ହରିବଂଶ ପୁରାଣ ପାଠ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଜନ୍ମାଷ୍ଟମୀରେ ବିଭିନ୍ନ ସ୍ଥାନର ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଥିବାବେଳେ ଶିଶୁମାନଙ୍କ ରାଧାକୃଷ୍ଣ ବେଶ ବେଶ୍ ବିମୋହିତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.