Home ଜିଲ୍ଲା ପରିକ୍ରମା ନଦୀରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ଶବ

ନଦୀରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ଶବ

133

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମ ବୈତରଣୀ ନଦୀ ଘାଟରୁ ଜଣେ ବୟସ୍କ ମହିଳାଙ୍କ ଶବକୁ ପୁଲିସ୍ ଉଦ୍ଧାର କରିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୁଲିସ୍ ନଦୀକୂଳକୁ ଯାଇ ଶବ ଉଦ୍ଧାର କରିଛି । ତେସିଙ୍ଗା ପଂଚାୟତ ବଡବନସ୍ତା ଗ୍ରାମର ଭାଗୀରଥି ସାହୁଙ୍କ ପତ୍ନୀ ଗୁଗୁଲି ସାହୁ (୬୧) ବୋଲି ମୃତକଙ୍କ ପରିଚୟ ମିଳିଛି । ପାରିବାରିକ ଝଗଡା ଯୋଗୁଁ ଗୁଗୁଲି ଗତ ସୋମବାର ଠାରୁ ନିଖୋଜ ଥିଲେ । ତିନିଦିନ ପରେ ବୈତରଣୀ ନଦୀରୁ ଶବ ଉଦ୍ଧାର ହୋଇଛି । ଥାନାରେ ୧୦/୨୦ ନଂ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.