Home ଜିଲ୍ଲା ପରିକ୍ରମା କୋଡଗମ୍ଭୀର ଗ୍ରାମରେ ପଲ୍ଲୀସଭାକୁ ନେଇ ଉତ୍ତେଜନା

କୋଡଗମ୍ଭୀର ଗ୍ରାମରେ ପଲ୍ଲୀସଭାକୁ ନେଇ ଉତ୍ତେଜନା

69

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସମୟରେ ସମସ୍ତ ସଭା ସମିତି ଆୟୋଜନ କରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ହେଲେ ଭଦ୍ରକ ଜିଲାରେ ଅନିୟମିତତା ଭାବେ ପଲ୍ଲୀସଭା ଚାଲିଥିବା ଜଣାପଡିବା ପରେ ଉକ୍ତ ସଭା କିଛି ସମୟ ପାଇଁ ଋଣ କ୍ଷେତ୍ର ପାଲଟି ଯାଇଥିଲା । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ନିୟନ୍ତ୍ରଣ କରିଛି । ଆଜି ସକାଳ ପ୍ରାୟ ୯ଟା ବେଳେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋଡବରୁଆଁ ପଂଚାୟତସ୍ଥିତ କୋଡଗମ୍ଭୀର ଗାଁରେ ପଂଚାୟତ ପିଇଓ ତାପସ କୁମାର ଦାସ, ସରପଞ୍ଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କ ସହମତିରେ ପଲ୍ଲୀସଭା ଚାଲିଥିଲା । ହେଲେ ସେମାନେ ପଲ୍ଲୀସଭା ପାଇଁ ସରକାରୀ ସ୍ତରରେ କୌଣସି ଅନୁମତି ନେଇ ନଥିବା ଜଣାପଡିଛି । ଗାଁରେ ପଲ୍ଲୀସଭା ହେଉଥିବା ଦେଖି ଗାଁ ଲୋକେ ଲକଡାଉନ୍ ସମୟରେ କୌଣସି ସଭା ସମିତିରେ ଲୋକେ ଏକତ୍ରିତ ହୋଇପାରିବ ନାହିଁ ବୋଲି ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାପରେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାପରେ ସରପଞ୍ଚଙ୍କ ସମର୍ଥକ ଗାଁ ଲୋକଙ୍କୁ ଲୁହାରଡ୍ ଓ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.