Home ଓଡ଼ିଶା ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବ ପୀଠ ମୁର୍ଗା ମହାଦେବ ଭକ୍ତ ଶୂନ୍ୟ

ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବ ପୀଠ ମୁର୍ଗା ମହାଦେବ ଭକ୍ତ ଶୂନ୍ୟ

150

ଯୋଡା, ୦୬- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଭାରତ ବର୍ଷର ପ୍ରତ୍ୟେକ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ଶ୍ରାଦ୍ଧାଳୁମାନେ ନଦୀମାନଙ୍କୁ ଜଳ ନେଇ ଶୈବ ପୀଠରେ ଜଳାଭିଷେକ କରିଥାନ୍ତି । ଏ ନେଇ ସମସ୍ତ ଶୈବ ପୀଠରେ ଭକ୍ତମାନଙ୍କ ମହଳି ଦେଖିବାକୁ ମିଳିଥାଏ । ଯୋଡା ବ୍ଲକର ଦେଓଝର ପଞ୍ଚାୟତ ଅନ୍ତର୍ଗତ ମୁର୍ଗା ମହାଦେବ ଶୈବ ପୀଠରେ ପ୍ରତିବର୍ଷ ଆଜି ଦିନରେ ହଜାର ହଜାର କାଉଡିଆ ବୈତରଣୀରୁ ଜଳ ନେଇ ମୁର୍ଗା ମହାଦେବଙ୍କ ଉପରେ ଜଳାଭିଷେକ କରିଥାନ୍ତି । ଏଠାରେ ଭକ୍ତର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଏପରିକି ରାତି ୩ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଜଳାଭିଷେକ ପାଇଁ ୧୨ କି.ମି. ବ୍ୟାପ୍ତି ରାସ୍ତା ରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହା ଝାରଖଣ୍ଡର ସୀମାନ୍ତବର୍ତ୍ତି ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ଏଠାକୁ ଓଡିଶା ଏବଂ ଝାରଖଣ୍ଡ ରାଜ୍ୟର ଭକ୍ତମାନେ ଜଳାଭିଷେକ ପାଇଁ ଛୁଟିଆସିଥାନ୍ତି । ଅହରାତ୍ର ଏହି ମନ୍ଦିର ନିକଟରେ ଭଜନ କିର୍ତ୍ତନ ସମାରୋହ ଦେଖିବାକୁ ମିଳିଥାଏ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଭକ୍ତମାନଙ୍କର ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏହି ଭିଡକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥାଏ । ତେବେ ମହାମାରୀ କରୋନା ସଚେତନତା ନିମନ୍ତେ ଆଜି ଶ୍ରାବଣ ପ୍ରଥମ ସୋମବାରରେ ଭକ୍ତଙ୍କ ମରୁଡି ଦେଖିବାକୁ ମିଳିଛି । ଦିନ ତମାମ ଜଣେ ହେଲେ ଭକ୍ତ ସେଠାକୁ ଯାଇ ଜଳାଭିଷେକ କରିଥିବା ପରିଲକ୍ଷିତ କରାଯାଇନାହିଁ । ବିଗତ ବର୍ଷ ମାନଙ୍କର ଭିଡକୁ ଲକ୍ଷ ରଖି ସେଠାରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ହୋଡିଂ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଭକ୍ତମାନଙ୍କୁ ସଚେତନ କରାଯାଇଥିଲା । ତେବେ ଏହି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ଭକ୍ତ ସେଠାକୁ ନ ଆସି ନିଜ ଘରେ ମହାଦେବଙ୍କ ପୂଜା ଅର୍ଚ୍ଚନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.