Home କୋରାପୁଟ ନଦୀପାର ବେଳେ ବନ୍ୟା ଜଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ନଦୀପାର ବେଳେ ବନ୍ୟା ଜଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

88

କୋରାପୁଟ : ୧୪/୫ (ଓଡ଼ିଆ ପୁଅ /ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପାଡ଼ୁଆ ଥାନା ଅଧିନସ୍ଥ ଚାଟୁଆ ପାଣ୍ଡିର ରାଇପଡୁ ଗ୍ରାମର ଜଣେ ବୃଦ୍ଧା ନଦୀ ପାର ହୋଉଥିବା ସମୟରେ ଛୁଆପୁଲ ଓ ଲେଞ୍ଜିଗୁଡା ଘାଟରେ ବୁଡ଼ି ମୃତ୍ୟୁ ବରଣ କରିଥିବା ନେଇ ପାଡ଼ୁଆଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର। ଖବର ସୂତ୍ରରୁ ଜଣାପଡ଼ିଛି ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ରାଇପଡୁ ଗ୍ରାମର ଆସୁ ଗେମେଲ (୫୫) ନାମକ ବୃଦ୍ଧା ଓ ପୁଅ ମିଶି ଲେଞ୍ଜିଗୁଡା ଗ୍ରାମକୁ ନୂଆରେ କିଣି ଥିବା ଗାଈ ଖୋଜିବାକୁ ଯାଇଥିଲେ। ବାପାଙ୍କୁ ଛାଡି ପୁଅ ଘରକୁ ପେରିଥିଲେ। ଅପରାହ୍ନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଡି ଯାଇଥିଲା। ନଦୀ ଘାଟରେ କୌଣସି ଆଶ୍ରୟ ସ୍ଥଳୀ କିମ୍ବା ଘର ନଥିବାରୁ ପ୍ରାଣ ବିକଳରେ ନଦୀପାର ହୋଉଥିବା ସମୟରେ ବନ୍ୟା ଜଳ ଭସାଇ ନେଇଯାଇଥିଲା। ପ୍ରତ୍ୟେକ ଦର୍ଶୀଙ୍କ ଦ୍ଵାରା ଖବର ପାଇ ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ନିରାଶ ହୋଇ ଘରକୁ ପେରିଥିଲେ। ସକାଳେ ଲେଞ୍ଜିଗୁଡା ଓ ଛୁଆ ପୁଲ ଘାଟର ଅସୁର ଘୁମି ନିକଟରେ ଶବ ଭାସୁଥିବା ଦେଖିବାବକୁ ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପାଡୁଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.