Home ଜିଲ୍ଲା ପରିକ୍ରମା ନଦୀପଠାରୁ ମହିଳାଙ୍କ ଶବ ଉଦ୍ଧାର

ନଦୀପଠାରୁ ମହିଳାଙ୍କ ଶବ ଉଦ୍ଧାର

36

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଝୁଟୁଣା ଗ୍ରାମ ବୈତରଣୀ ନଦୀପଠାରୁ ମହିଳାଙ୍କ କ୍ଷତବିକ୍ଷତ ଶବ ପୁଲିସ ଆଜି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ନଦୀରୁ ବନ୍ୟାଜଳ କମିବା ପରେ ପଠାରେ ଶବ ପଡିଥିବା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୁଲିସ ଶବ ଜବତ କରିଥିଲା। ସ୍ଥାନୀୟ ସରପଞ୍ଚ ବାସନ୍ତି ଜେନାଙ୍କ ଅଭିଯୋଗ କ୍ରମେ ଥାନାରେ ୧୬/୨୨ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇଥିଲା। ମହିଳାର ବିଭିନ୍ନ ସ୍ଥାନରେ କ୍ଷତ ରହିଥିଲା ଓ ଉଲଗ୍ନ ଥିଲା। ଶବ ନଦୀଜଳରେ ଭାସିଆସି ଲାଗିଥିଲା ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.