Home ଓଡ଼ିଶା ସର୍ପାଘାତରେ କୃଷକ ମଙ୍ଗୁଳି ମୃତ

ସର୍ପାଘାତରେ କୃଷକ ମଙ୍ଗୁଳି ମୃତ

24

ନୟାଗଡ଼ ୨୪/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଝାଡପଡ଼ା ଗ୍ରାମପଞ୍ଚାୟତ ଝାଡପଡ଼ା ମନ୍ଦିର ସାହିର ଜଣେ କୃଷକ ର୍ସପାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। କୃଷକ ଜଣଙ୍କ ହେଉଛନ୍ତି ଝାଡପଡ଼ା ମନ୍ଦିର ସାହିର ମଙ୍ଗୁଳି ରାଉତ (୫୫)। ଘଟଣାରୁ ପ୍ରକାଶ ମଙ୍ଗୁଳି ନଦୀ କୂଳରେ କରିଥିବା କାକୁଡି ବାରିରେ ରାତ୍ରୀରେ ଶୋଇଥିଲେ। ଭୋର ସମୟରେ କାକୁଡି ତୋଳିବାକୁ ଯିବା ସମୟରେ ମଙ୍ଗୁଳିକୁ ସର୍ପ ଦଂଶନ କରିଥିଲା। ପରିବାର ଲୋକେ ମଙ୍ଗୁଳି କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରକାରୀ ଡ଼ାକ୍ତରଖାନାକୁ ନେଇଥିଲେ।

ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ମଙ୍ଗୁଳି କୁ ଭୁବନେଶ୍ୱର ଏମସ୍ ଡ଼ାକ୍ତରଖାନାକୁ ପଠାଇଥିଲେ। ରାସ୍ତାରେ ଯାଉଥିବା ସମୟରେ ଅଧିକ ଗୁରୁତର ହେବାରୁ ଖୋର୍ଦ୍ଧା ସରକାରୀ ଡ଼ାକ୍ତରଖାନାକୁ ନେଇଥିଲେ। ଡ଼ାକ୍ତର ପରୀକ୍ଷା ନିରୀକ୍ଷା ପରେ ମଙ୍ଗୁଳି କୁ ମୃତ ଘୋଷଣା କରିଥିଲେ। ମଙ୍ଗୁଳି ର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ମଙ୍ଗୁଳି ଜଣେ ଦାରିଦ୍ରତା ସୀମାରେଖା ତଳେଥିବା ବ୍ୟକ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.