Home ଜିଲ୍ଲା ପରିକ୍ରମା ନକଲି ପୋଲିସ ପୋଷକରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଭିନବ ଉପାୟରେ ଛିନତାୟୀ

ନକଲି ପୋଲିସ ପୋଷକରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଭିନବ ଉପାୟରେ ଛିନତାୟୀ

37

ବାହାନଗା,୧୭ା୧୨( ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋରଥାନା ଅଧିନ ବାରିକପୁର ହାଟ ନିକଟରୁ ଅଭିନବ ଉପାୟରେ ଗୁରୁବାର ଦିନ ଛିନତାୟୀ ହୋଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବାରିକପୁର ଗ୍ରାମର ଅବସରପ୍ରାପ୍ତ ବର୍ଷିଆନ ଶିକ୍ଷକ ଦାମୋଦର ରାଉତ ନିଜ ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷ କିଣି ବଜାରରୁ ଘର ବାରିକପୁରକୁ ଫେରୁଥିଲେ । ନିଜଘର ପହଞ୍ଚିବାର ଅନତି ଦୁର ‌ଷ୍ଟ୍ରକଚର ଡାଇଭରସନ ନିକଟରେ ଜଣେ ଅପରିଚିତ ଯୁବକ ବାଇକରେ ଆସି ଶିକ୍ଷଙ୍କୁ ସାର ଡାକୁଛନ୍ତି ବୋଲି କହି ଡାକିଥିଲେ । ଶିକ୍ଷକ ଜଣକ ଅଟକି ସାର କାହାନ୍ତି କହି ଅଟକି ଥିଲେ । ପୋଲିସ ପୋଷାକ ଧାରୀ ୨ଜଣ ଅପରଚିିତ ବ୍ୟକ୍ତି ଶିକ୍ଷକଙ୍କ ପାଖକୁ ଆସି କାହିିଁକି ସୂନା ମୁଦି ଓ ସୁନାଚେନ ପିନ୍ଧିଛ କାଢି ରଖିଦିଅ । ଆମେ ସେଣ୍ଟ୍ରାଲ ସ୍କାର୍ଡ଼ ଟିମରୁ ଆସିଛୁ । ସୁନା ପିନ୍ଧିବା ବାହାରକୁ ବାହାରିବା ନିୟମ ନାହିଁ । ଆମର ଚେକିଂ ଚାଲିଛି । ଶିକ୍ଷକ ମୁଦି ବାହରୁ ନାହିଁ କହିବାରୁ ଠକ ମାନେ ଦବରଦସ୍ତ ହାତରୁ ଗୋଟିଏ ମୁଦି କାଢିଥିଲେ । ଏବଂ ସୁନା ଚେନ ଖୋଲି ଚେନ ଓ ଗୋଟିଏ ମୁଦି କାଗଜରେ ରଖି ମୁଡ଼ି ଥିଲେ । ଶିକ୍ଷକ ହାତକୁ ମୋଡ଼ା କାଗଜଟି ମାଗିଥିଲେବି ତାଙ୍କୁ  ଠକ ମାନେ ନଦେଇ ସଉଦା ବ୍ୟାରେ ରଖି ଗାଡ଼ି ଡିକିରେ ରଖି ଦେଇଛୁ କହି  ବିଦା କରି ଦେଇଥିଲେ । ଘରେ ଯାଇ ଶିକ୍ଷକ ଜଣକ କାଗଜ କାଢି ସେଥିରେ ୩ଟି ଗୋଡ଼ି ମୁଡା ହୋଇ ଥିବାର ଦେଖି ହତବାକ ହୋଇ ସୋର ଥାନାରେ ଅଭିଯୋଗ କରିଥିବାର ଜଣାପଡ଼ିଛି । ଲୁଟ ହୋଇଥିବା ସୁନା ୨୫ରୁ ୩୦ ଗ୍ରାମର ବୋଲି ଜଣାପଡ଼ିଛି । ତେବେ ବାରିକ ପୁର ହାଟଦିନ ଏଭଳି  ମଧ୍ୟ ମଟର ସାଇକେଲ ଚୋରୀ ହେବାର ନଜରକୁ ଆସୁଛି । ଏହି ଅଭିନବ ଛିନତାଇ ଖବର ପରେ ଅ‌ଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.