Home ଜିଲ୍ଲା ପରିକ୍ରମା ସନ୍ଦେହ ହେବାରୁ ପଚାରିଲେ , ଫିଙ୍ଗି ଦେଇ ପଳାଉ ଥିବା ସମୟରେ କାବୁ କଲେ ଗ୍ରାମବାସୀ 

ସନ୍ଦେହ ହେବାରୁ ପଚାରିଲେ , ଫିଙ୍ଗି ଦେଇ ପଳାଉ ଥିବା ସମୟରେ କାବୁ କଲେ ଗ୍ରାମବାସୀ 

60

ବାହାନଗା,୧୭ା୧୨( ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ସଦର ଥାନା ଜୟଦେବକସବା ଫାଣ୍ଡି ଅଧିନ ଭୀମପୁର ଗ୍ରାମର ଏକ ଚିଙ୍ଗୁଡ଼ି ଘେରିରୁ ବିଭିନ୍ନ ଯନ୍ତ୍ରାଶଂ, ମନିପର୍ଶ ଓ ମୋବାଇଲ ଚୋରୀ କରି ନେଇ ପଳାଉ ଥିବା ସମୟରେ ଗ୍ରାମର ପଥଚାରୀ ମାନେ ସନ୍ଦେହ କରି ପଚାରି ବାରୁ ମଟର ଫିଙ୍ଗି ଦେଇ ପଳାଉ ଥିବା ସମୟରେ ଗ୍ରାମବାସୀ ମାନେ ଜଣେ ଚୋରକୁ କାବୁ କରିବା ସହ ଜୟଦେବ କସବା ଫାଣ୍ଡିକୁ ଖବର ଦେଇଥିଲେ । ପରେ ମଧ୍ୟ ଆଉ ଜଣକୁ ପୋଲିସ ଧରିବାରେ ସକ୍ଷମ ହୋଇଛନ୍ତିି । ପୋଲିସ ସୂଚନା ଅନୁସାରେ ଅଟକ ଯୁବକ ଦ୍ୱୟ ହେଲେ ବର୍ଦ୍ଧନପୁର ଅଞ୍ଚଳର ଅକ୍ଷୟ ଦଳେଇ (୨୪) ଓ ତାର ବଡ଼ଭାଇ ଅଜୟ ଦଳେଇ(୨୭) ବୋଲି ଜଣାପଡ଼ିଛି । ତେବେ ମଙ୍ଗଳବାର ରାତିରେ ଭୀମପୁର ଗାମର ରାଜେଶ କୁମାର ଦାସ ତାଙ୍କ ଚିଙ୍ଗୁଡ଼ି ଫାର୍ମରେ ଶୋଇଥିବା ସମୟରେ ୩/୪ଜଣ ଚୋର ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଫାର୍ମରେ ଥିବା ପାଣି ମଟର, ମନିପର୍ସ, ମୋବାଇଲ ନେଇ ପଳାଇଥିଲେ । ରାସ୍ତାରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ହୋଇ ଥିଲେ । ଏହା ପରେ ରାଜେଶ ଜୟଦେବକସବା ଫାଣ୍ଡିରେ ଲିଖିତ ଅଭିଯୋଗ କ୍ରମେ ଫାଣ୍ଡି ଅଧିକାରୀ ତଦନ୍ତକରିବା ସହ ବ୍ୟବହୃତ ଏକ ବାଇକକୁ ଜବଦ କରିଛନ୍ତିା ଏହାର ମୁଖ୍ୟ ଆସାମୀ କୁହା ଯାଉଥିବା ରସାଳପୁର ଛେଳିଆପଦା ଅଞ୍ଚଳର ନାରାୟଣ ବେହେରାଙ୍କ ପୁଅ ଦୀପକ(୨୯)କୁ ଧରିବା ପାଇଁ ପ୍ରୟାସ ଜାରୀ ରହିଛି । ଦୀପକ ନାମରେ ବିଭିନ୍ନ ଥାନାରେ ଏଟିଏମ ଲୁଟ, ଚୋରୀ , ଡକାୟତି ଭଳି ଅଭିଯୋଗ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.