Home କେନ୍ଦ୍ରାପଡ଼ା ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନରେ ଜିଲ୍ଲା ଶିକ୍ଷା ବିଭାଗର ଅହେତୁକ ବିଳମ୍ବ...

ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନରେ ଜିଲ୍ଲା ଶିକ୍ଷା ବିଭାଗର ଅହେତୁକ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

11

କେନ୍ଦ୍ରାପଡା, ୧୭/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଣଶିକ୍ଷା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାରଙ୍କ ଅନୁକମ୍ପା ମୁଳକ ଯୋଜନାରେ ନିଯୁକ୍ତି ପ୍ରଦାନ କରାଯିବା କ୍ଷେତ୍ରରେ ବିଭାଗ ପକ୍ଷରୁ ଅହେତୁକ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଦୀର୍ଘ ବର୍ଷ ଧରି ଏହି ଅନୁକମ୍ପା ମୁଳକ ଯୋଜନାରେ ଆବେଦନ କରିଥିବା ଜିଲ୍ଲାର ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ଦରଖାସ୍ତକାରୀଙ୍କ ଦରଖାସ୍ତ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଦୈାଡି ଦୈାଡି ସେଠାରୁ ନିରାଶ ହେବା ପରେ ଆବେଦନକାରୀମାନେ ଶେଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେମାନଙ୍କ ସମସ୍ୟା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଅଭିଯୋଗ ଅନୁଯାଇ ଗତ ୨୦୧୩ ମସିହାରେ କାର୍ଯ୍ୟରତ ଥାଇ ମୃତ୍ୟୁ ବରଣ କରିଥିବା ଆଳି ବ୍ଲକ ଅନ୍ତର୍ଗତ କଣ୍ଡିଆହାଟ ବି.ପି. ହାଇସ୍କୁଲର ଶିକ୍ଷକ ଆନନ୍ଦ ଚନ୍ଦ୍ର ଦାସଙ୍କ ପୁଅ କଳିଙ୍ଗକେଶରୀ ଦାସ ପିତାଙ୍କ ମୃତ୍ୟୁ ପରେ ଜିଲ୍ଲା ଶିକ୍ଷା ବିଭାଗକୁ ଆବେଦନ କରି ୫ଥର ଆବଶ୍ୟକ କାଗଜାଦ ପ୍ରଦାନ ସହ ସଂପୃକ୍ତ ବିଭାଗରେ ୪ଥର ଭେରିଫିକେଶନ ହୋଇଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ସେହିପରି ଗତ ୨୦୧୫ମସିହା ସେପ୍ଟେମ୍ବରମାସ ୧୫ତାରିଖରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରିଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଏମ.ଇ.ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କ ଝିଅ କାଦମ୍ବିନୀ ସାମଲଙ୍କ ଆବେଦନ ପରେ କାଗଜାଦ ୨ଥର ଭେରିଫିକେସନ ପରେ ମଧ୍ୟ ନିଯୁକ୍ତି ନମିଳିବା, ଗତ ୨୦୧୪ମସିହାରେ ମୃତ୍ୟୁବରଣ କରିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ଗଜେଶ୍ୱର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଦନମୋହନ ଦାସଙ୍କ ଝିଅ ମନୋରମା ଦାସ, ଗତ ୨୦୧୫ମସିହା ଫେବୃୟାରୀମାସ ୧୭ତାରିଖରେ ମୃତ୍ୟୁବରଣ କରିଥିବା ଆଳି ବ୍ଲକ ଅନ୍ତର୍ଗତ ଅରଗଳ ନଦୀକୂଳ ପ୍ରାଥମିକ ସ୍କୁଲର ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ପୁଅ ସମ୍ବିତ ବେହେରା, ଗତ ୨୦୧୬ମସିହା ରେ ମୃତ୍ୟୁବରଣ କରିଥିବା ଗରଦପୁର ବ୍ଲକ ଅନ୍ତର୍ଗତ ପୁନ୍ଦାଳ ନୋଡାଲ ହାଇସ୍କୁଲର ଶିକ୍ଷକ ଗୋକୁଳ ଚନ୍ଦ୍ର ସାହୁଙ୍କ ପୁଅ ବ୍ରତତି ସାହୁ, ଗତ ୨୦୧୬ମସିହା ଜାନୁଆରୀମାସ ୩୧ତାରିଖରେ ମୃତ୍ୟୁବରଣ କରିଥିବା ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ହାଇସ୍କୁଲର ଚତୁର୍ଥଶ୍ରେଣୀ କର୍ମଚାରୀ ଅଶୋକ କୁମାର ଗିରିଙ୍କ ପୁଅ ଦିଲ୍ଲିପ କୁମାର ଗିରି, ଗତ ୨୦୧୭ମସିହା ଜାନୁଆରୀମାସ ୨୩ତାରିଖରେ ମୃତ୍ୟୁବରଣ କରିଥିବା ଡେରାବିଶି ବ୍ଲକ ଅନ୍ତର୍ଗତ ମଲିକେଶ୍ୱରପୁର ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଅଶୋକ କୁମାର ଜେନାଙ୍କ ପୁଅ ଶ୍ରୀମନ୍ତ ସୈାରଭ ଜେନା ଓ ଗତ ୨୦୧୮ମସିହା ଅପ୍ରେଲମାସ ୧୯ତାରିଖରେ ମୃତ୍ୟୁବରଣ କରିଥିବା ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଦୟାନିଧି ନାଥଙ୍କ ପୁଅ ଦୀନେଶ କୁମାର ନାଥ ମଧ୍ୟ ଦୀର୍ଘବର୍ଷ ଧରି ଆବେଦନ କରିବା ପରେ ସେମାନଙ୍କ ନିଯୁକ୍ତି ପାଇଁ ସମସ୍ତ ଆବଶ୍ୟକ କାଗଜାଦର ୨/୩ଥର ଭେରିଫିକେସନ କରାଯିବା ପରେବି ସେମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ତେଣୁ ଆବେଦନକାରୀମାନେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ସେମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାନଗଲେ ସେମାନେ ବାଧ୍ୟ ହୋଇ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିବା ସୂଚନା ମିଳିଛି। ପ୍ରଦୀପ କୁମାର ସାହୁ, ଜ୍ଞାନ ପ୍ରକାଶ ଦାସ, ମନୋରମା ଦାସ, କାଦମ୍ବିନୀ ସାମଲ, ବ୍ରତତି ସାହୁ, ସମ୍ବିତ ବେହେରା, ଶଶାଙ୍କ ଶେଖର ନାୟକ, ଦିଲ୍ଲିପ କୁମାର ଗିରି, ଦୀନେଶ କୁମାର ନାଥ, ବୁଲବୁଲ ରାଉତ, କଳିଙ୍ଗ କେଶରୀ ଦାସ, ମିଲନ ରାଜ ଦାସ, କମଳା ମଳିକ, ରାକେଶ ଚୈାଧୁରୀ, ଶ୍ରୀମନ୍ତ ସୈାରଭ ଜେନା, ସୁଶାନ୍ତ କୁମାର ସାହୁ, ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଆବେଦନକାରୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.