Home ଜିଲ୍ଲା ପରିକ୍ରମା ନକଲି ନୋଟ ସହ ନଗଦ ୭୦ ହଜାର ଟଙ୍କା ଓ ସୁଇଫ୍ଟ ଡିଜାୟାର କାର୍ ଜବତ...

ନକଲି ନୋଟ ସହ ନଗଦ ୭୦ ହଜାର ଟଙ୍କା ଓ ସୁଇଫ୍ଟ ଡିଜାୟାର କାର୍ ଜବତ : ୨ ଗିରଫ

63

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ନକଲି ଜର୍ଦ୍ଦା, ମସଲା, ବିଷାକ୍ତ ମଦର ବ୍ୟାପକ କାରବାର ପୁଲିସ୍‌ର ନିଦ ହଜାଇ ଦେଇଥିବାବେଳେ ନକଲି ନୋଟ୍ ଜବତ ଘଟଣା ପୁଲିସ୍ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହି ଜିଲାର ବାସୁଦେବପୁର ଅଂଚଳ ଗୁଆଗଡିଆ ଓ ବାଲେଶ୍ୱର ଜିଲା ସୋରୋ ଥାନା ଅଂଚଳର ଦୁଇଜଣ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ଦେବାକୁ କହି ଫସିଛନ୍ତି ଜାଲ୍ ନୋଟ୍ କାରବାରରେ ସଂପୃକ୍ତ ଦୁଇଜଣ ଅପରାଧୀ । ଏ ନେଇ ବାସୁଦେବପୁର ଗଣମାଧ୍ୟମ ପ୍ରତିନିଧି ନୀରଦ ଦାଶ ତାଙ୍କ ସଂପର୍କୀୟଙ୍କ ଠାରୁ ଖବର ପାଇବା ପରେ ଅପରାଧୀଙ୍କୁ ଧରିବା ପାଇଁ ବାସୁଦେବପୁର ପୁଲିସ୍ ସହ ଯୋଗାଯୋଗ କରିଥିଲେ । ବାସୁଦେବପୁର ପୁଲିସ୍ ଧରିବା ପାଇଁ ଜାଲ ବିଛାଇବା ସହ ଅପରାଧୀଙ୍କ ସହ ଯୋଗାଯୋଗ କରିବା ପାଇଁ ସାମ୍ବାଦିକଙ୍କୁ କହିଥିଲେ । ଯୋଜନା ଅନୁଯାୟୀ ଗତକାଲି ନେଣଦେଣ କରିବା ପାଇଁ ବେପାରୀମାନେ ଭଦ୍ରକ ନଳାଙ୍ଗକୁ ଆସିବା ପାଇଁ ନୀରଦଙ୍କୁ କହିଥିଲେ । ଘଟଣାସ୍ଥଳରେ ପୂର୍ବ ଯୋଜନା ଅନୁଯାୟୀ ବାସୁଦେବପୁର ଥାନାଧିକାରୀ ପ୍ରଦୀପ କୁମାର ମାଝୀ, ଏଏସ୍‌ଆଇ ଚିତ୍ତରଂଜନ ଦାସ ପ୍ରମୁଖ ସଦଳ ବଳେ ଛକି ବସିଥିଲେ । ଅପରାଧୀମାନେ କାର୍‌ରୁ ଟଙ୍କା କାଢି ଦେଖାଉଥିବା ବେଳେ ପୁଲିସ୍ ମାଡି ମସିଥିଲା । ଅଭିଯୁକ୍ତମାନଙ୍କ ଠାରୁ ୪୨ ହଜାର ନକଲି, ଅସଲି ୭୧ ହଜାର ୨୦୦ ଟଙ୍କା, ଜାଲ ନମ୍ବର ଥିବା ଏକ ସୁଇଫ୍ଟ ଡିଜାୟାର କାର ଜବତ କରାଯାଇଛି । ଏହି ମାମଲାରେ ବାସୁଦେବପୁର ଥାନା କେଶ୍ ନଂ ୨୮୫/୨୦ ଓ ଦଫା ୪୮୯ (ବି) / ୪୮୯ (ସି) / ୪୨୦ / ୩୮୬ / ୧୨୦ (ବି) ଆଇପିସି ମୂଳେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ଏହି ନକଲି ନୋଟ୍ କାରବାର ଘଟଣାରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ଜଣେ ବ୍ୟକ୍ତି ସଂପୃକ୍ତ ଥିବାର ଜଣାପଡିଥିବାବେଳେ ଏଥିରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.