Home ଜିଲ୍ଲା ପରିକ୍ରମା ଧାମନଗର ହତ୍ୟାକାଣ୍ଡ ଘଟଣା;ଘଟଣାସ୍ଥଳେ ସାଇଣ୍ଟିଫିକ୍ ଟିମ୍ , ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଧାମନଗର ହତ୍ୟାକାଣ୍ଡ ଘଟଣା;ଘଟଣାସ୍ଥଳେ ସାଇଣ୍ଟିଫିକ୍ ଟିମ୍ , ୩ ଅଭିଯୁକ୍ତ କୋର୍ଟ ଚାଲାଣ

49

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମନଗର ଠାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପୁଲିସର ଛାନଭିନ ଜାରି ରଖିଛି । ଘଟଣା ଘଟିବାର ୧୨ ଘଂଟା ମଧ୍ୟରେ ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ୩ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଆଜି ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା ସେହି ସ୍ଥାନକୁ ଗିରଫ ୩ ଅଭିଯୁକ୍ତକୁ ପୁଲିସ ନେଇ ଜେରା ଓ ଅଧିକ ତଦନ୍ତ କରିଛି । ଏହି ହତ୍ୟାକାଣ୍ଡ କିପରି ଅଭିଯୁକ୍ତମାନେ କରିଥିଲେ ଓ ଯେଉଁ ଲୁହାରଡ ସହାୟତାରେ ଆକ୍ରମଣ କରାଯାଇଥିଲା ତାହାର ଟିକ୍‌ନିକ୍ ତଥ୍ୟ ପୁଲିସ ଅଭିଯୁକ୍ତ ମାନଙ୍କୁ ଠାରୁ ପଚାରି ବୁଝିଛି । ଏହି ଘଟଣାରେ ଏହି ୩ଜଣଙ୍କ ସମେତ ଅନ୍ୟ କେହିଁ ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ନାଁ ଅନ୍ୟ କିଛି କାରଣ ରହିଛି ତାହାକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଅପରପକ୍ଷେ ଆଜି ଭଦ୍ରକରୁ ମଧ୍ୟ ସାଇଂଟିପିକ ଟିମ ଘଟଣା ସ୍ଥଳକୁ ପୁଲିସ ଡକାଇଛି । ଏହି ଟିମ୍ ହତ୍ୟାକାଣ୍ଡ ସ୍ଥଳରୁ କିଛି ରକ୍ତଭିଜା ମାଟି ଓ ବାଲି, ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ ସହିତ ଅନ୍ୟ କିଛି ସୁରାଗ ମଧ୍ୟ ସଂଗ୍ରହ କରିଛି । ପ୍ରକାଶ ଯେ ଗତ ଶୁକ୍ରବାର ଦିନ ଦିପ୍ରହରରେ ଧାମନଗର ପଂଚାୟତ ସମିତି ଫାଟକ ସମ୍ମୁଖରେ ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ସତ୍ୟଜିତ ପଣ୍ଡା (୨୩)ଙ୍କୁ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରି ତଦନ୍ତ ଆରମ୍ଭ କରିବା ସହିତ ସେହିଦିନ ବିଳମ୍ବିତ ରାତିରେ ଧୁଷୁରୀ ଥାନା କଟସାହି ପଂଚାୟତ ସହିଦନଗର ଗୋଛାୟତସାହି ଗ୍ରାମରୁ ପୁଲିସ ଏହି ୩ ଅଭିଯୁକ୍ତକୁ ଗିରଫ କରିଥିଲା । ସ୍ଥାନୀୟ ମୁନିସପାଟଣା ଗ୍ରାମର ସନ୍ତୋଷ ଦଳେଇ ଓ ଚନ୍ଦନ ଗୋଛାୟତ ଏବଂ କଂଟାବଣିଆ ଗ୍ରାମର ବସନ୍ତ ଭୁତିଆକୁ ପୁଲିସ ଗିରଫ କରିଥିଲା । ଆଜି ଏହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଇଣ୍ଡରରେ ଅଣାଯିବ ବୋଲି ଥାନାଧିକାରୀ ତଥା ତଦନ୍ତକାରୀ ଅଫିସର ରତିକାନ୍ତ ଗିରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.