Home ଜିଲ୍ଲା ପରିକ୍ରମା ରାଣୀତାଲ ହାଇସ୍କୁଲ ଖେଳପଡିଆ ଓ ପଶୁ ଡାକ୍ତରଖାନା ଜାଗାରୁ ଜବରଦଖଲ ଉଚ୍ଛେଦ ନେଇ ରାଣୀତାଲ ବିକାଶ...

ରାଣୀତାଲ ହାଇସ୍କୁଲ ଖେଳପଡିଆ ଓ ପଶୁ ଡାକ୍ତରଖାନା ଜାଗାରୁ ଜବରଦଖଲ ଉଚ୍ଛେଦ ନେଇ ରାଣୀତାଲ ବିକାଶ ମଂଚ ପକ୍ଷରୁ ଆନ୍ଦୋଳନ ଚେତାବନୀ

71

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାଣୀତାଲ ହାଇସ୍କୁଲ ଖେଳପଡିଆ ଓ ରାଣୀତାଲ ପଶୁ ଡାକ୍ତରଖାନା ଜାଗାରୁ ଜବରଦଖଲ ଉଚ୍ଛେଦ ନେଇ ଆଜି ରାଣୀତାଲ ବିକାଶ ମଂଚ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ରାଣୀତାଲ ବିକାଶ ମଂଚର ସଭାପତି ଭାଗୀରଥି ନାୟକଙ୍କ ସଭାପତିତ୍ୱରେ ଆହୂତ ବୈଠକରେ ରାଣୀତାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଓ ରାଣୀତାଲ ପଶୁ ଡାକ୍ତରଖାନା ପ୍ଲଟ୍ ନଂ ୫୬୫ କୁ କିଛି ଲୋକ ଜବର ଦଖଲ ନେଇ ଗତ ଫେବୃୟାରୀ ମାସରୁ ଜିଲାପାଳ, ତହସିଲଦାର, ରାଜସ୍ୱ ନିରୀକ୍ଷକ, ଜିଲା ଶିକ୍ଷାଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କିଛି ବୁଝୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆସନ୍ତା ସପ୍ତାହକ ମଧ୍ୟରେ ଏହାର ସମାଧାନ ନହେଲେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗଣେଶ ଦାସ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଶ୍ରୀ ଜଗନ୍ନାଥ ବିଜେ ପୁରୀଙ୍କର ନାମରେ ଥିବା ପ୍ଲଟ୍ ନଂ ୫୦୯ ଓ ୫୬୫ ଜମି ବହୁଦିନ ଧରି ରାଣୀତାଲ ହାଇସ୍କୁଲର ଖେଳପଡିଆ ଭାବେ ବ୍ୟବହାର କରାଯାଉଥିବାବେଳେ ଏବେ ୫୬୫ ନଂ ପ୍ଲଟ୍‌ଟି ଏବେ ଜବରଦଖଲରେ ଅଛି । ଅନ୍ୟମାନଙ୍କ ମଧ୍ୟରେ ରାହାଞ୍ଜ ସରପଞ୍ଚ ଉର୍ମିଳା ଯେନା, ଜଗଦଳପୁର ସରପଞ୍ଚ ଶ୍ୟାମାମଂଜରୀ ଯେନା, ଆଇନ୍‌ଜୀବୀ କରୁଣାକର ଦାଶ, ଶିକ୍ଷାବିତ୍ ମୁରଲୀଧର ନାଥ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ସାହୁ, ଯୁବନେତା ଶରତ କବି, ଗଦାଧର ଦାସ, ସାମଜସେବୀ ସଂଗ୍ରାମ କର, ସୁଜାତା ମହାପାତ୍ର, ଅଟଳ ବାରିକ, ବସନ୍ତ ମହାପାତ୍ର, ସୁଶାନ୍ତ କୁମାର ସାହୁ, ପିତାମ୍ବର ଦାଶ, ଦୁଃଶାସନ ଦାଶ, ରାଣୀତାଲ ହାଇସ୍କୁଲ ପରିଚାଳନା କମିଟିର ସଭାପତି ବୀରଭଦ୍ର ସାହୁ ପ୍ରମୁଖ ଦୁଇ ପଂଚାୟତର ଶତାଧିକ ଲୋକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.