Home ଅପରାଧ ନକଲି ଜର୍ଦା ପ୍ରସ୍ତୁତକାରୀ ଘରେ ଚଢାଉ, ସାମଗ୍ରୀ ଜବତ ସହ ଅଭିଯୁକ୍ତ କୋର୍ଟ ଚାଲାଣ

ନକଲି ଜର୍ଦା ପ୍ରସ୍ତୁତକାରୀ ଘରେ ଚଢାଉ, ସାମଗ୍ରୀ ଜବତ ସହ ଅଭିଯୁକ୍ତ କୋର୍ଟ ଚାଲାଣ

180

ଯାଜପୁର୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଗ୍ରାମରେ ଘର ମଧ୍ୟରେ ନକଲି ପାନ ମସାଲା (ଜର୍ଦ୍ଦା) ପ୍ରସ୍ତୁତକାରୀକୁ ପୁଲିସ ଚଢାଉ କରି ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛିା ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ପାଣିକୋଇଲି ମୁସଲିମ ବସ୍ତିର ଅବଦୁଲ ରହିମ ଖାଁ ଙ୍କ ପୁଅ ମଜୁବିର ରହେମାନ ଓରଫ ମଜୋ (୪୮) ବିଭିନ୍ନ ପୁରୁଣା ଜର୍ଦ୍ଦା ଡବା ଓ ଖୋଳ ସଂଗ୍ରହ କରି ତାହା ମଧ୍ୟରେ ନକଲି ଜର୍ଦା ଭର୍ତି କରି ଅନୁରୂପଭାବେ ପ୍ୟାଙ୍କିଙ୍ଗ କରି ଦୀର୍ଘଦିନ ହେବ ରହେମାନ ତାର ଘରେ ଟବାକୋ ଭଦ୍ରକରୁ ଆଣି ନକଲି ଜର୍ଦା ତିଆରି କରିଆସୁଥିଲା । ଏହାକୁ ସାହାପୁର ହାଟ ଅଂଚଳରେ ବିକ୍ରି କରି ବେଶ ଲାଭ ଉଠାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାର ଘରେ ରାତ୍ରୀରେ ଚଢାଉ କରିଥିଲା । ଚଢାଉ ସମୟରେ ତାର ଘରୁ ୭ କେଜି ଜର୍ଦା ପତି, ନକଲି କରିବା ପାଇଁ ପ୍ରସ୍ତୁତି ସମାଗ୍ରୀ, କେମିକାଲ ବକ୍ସ, ଗ୍ଲିସରିନ ୨ ବୋତଲ, ବିଭିନ୍ନ ରଙ୍ଗର ଜରି, ତମାଖୁ ପ୍ୟାଙ୍କି ଜରି, ଓଜନ କଂଟା, ୨ବସ୍ତା ପୁରୁଣା ଗୋପାଳ, ସୁରଭି, ବାବା ଜର୍ଦା ଡବା, ଜର୍ଦା ଖୋଳ, ଫେଭିକଲ, ସେଲୋଟେପ, ଷଣ୍ଢୁଆସି ଟିଣ ବାକ୍ସ, ପେଚକସ ଆଦି ଜବତ କରାଯାଇଥିଲା । ଏହି ସବୁ ସାମଗ୍ରୀ ଜବତ କରିବା ସହ ରହେମାନକୁ ଗିରଫ କରିଥିଲା ପୁଲିସ । ଏନେଇ ଏକ ମାମଲା ୨୨୫/୧୯ ରୁଜ୍ଜୁ କରି ଦଫା ୪୨୪,୨୭୨, ୨୭୩ ଆଇପିସି/ ୨୦(୨) ସିଗାରେଟ ଏଣ୍ଡ ଅଦର ଟବାକୋ ଆକ୍ଟ, ଆର.ଡବ୍ଲ୍ୟୁ ସେକସନ ୧୦୩, ୧୦୪ ଟ୍ରେଡମାର୍କ ଆକ୍ଟରେ ଆଜି କୋର୍ଟ ଚାଲାଣ କରାଯାଇଛି । ତାର ଜାମିନ ନାମଂଜୁର ହେବାରୁ ତାକୁ ରଗଡି ଜେଲ ଯିବାକୁ ପଡିଥିବା ସୁଚନା ମିଳିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.