Home ଅପରାଧ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତିଲେ ରୋଗୀ

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତିଲେ ରୋଗୀ

124

ଯାଜପୁର୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ହାଟସାହି ଛକ ନିକଟରେ କଟକରୁ ରୋଗୀକୁ ନେଇ ଫେରୁଥିବା ଆମ୍ବୁଲାନ୍ସକୁ ଏକ ଟ୍ରକ ସାଇଡ଼ ମାରିଦେବାରୁ ଘରୋଇ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହେବା ସହିତ ତିନି ଜଣ ଆହତ ହୋଇଛନ୍ତି । ମିଳିଥିବା ସୁତ୍ରରୁ ପ୍ରକାଶ ଯେ ବାଲେଶ୍ୱରରୁ ଏକ ଘରୋଇ ଆମ୍ବୁଲାନ୍ସ (ଓଡ଼ି୦୧ଜେ୬୨୪୪) ଅପରେସନ ହୋଇଥିବା ଏକ ରୋଗୀଙ୍କୁ ଚେକଅପ ସାରି କଟକରୁ ଫେରୁଥିବା ବେଳେ ହାଟସାହି ଛକ ନିକଟସ୍ଥ ଟିକର ନିକଟରେ ଏକ ଟ୍ରକ (ଓଆର୦୪ଏଚ୧୩୩୫) ଆମ୍ବୁଲାନ୍ସଟିକୁ ସାଇଡ଼ ମାରିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ରୋଗୀଙ୍କ ଆତ୍ମୀୟ ଓ ଆଟେଣ୍ଡାଂଟ ଆହତ ହୋଇଛନ୍ତି । ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୂ ଅନ୍ୟ ଏକ ଆମ୍ବୁଲାନ୍ସରେ କଟକ ପଠାଇବା ସହିତ ଗାଡ଼ି ଦୁଇଟିକୁ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.