Home ଜିଲ୍ଲା ପରିକ୍ରମା ଧୁଷୁରୀ ଅଂଚଳରେ ଚୋରାମଦ କାରବାର ବୃଦ୍ଧି ଅବକାରୀ ବିଭାଗ ଚୁପ୍‌, ରାଜସ୍ୱ ହାନି

ଧୁଷୁରୀ ଅଂଚଳରେ ଚୋରାମଦ କାରବାର ବୃଦ୍ଧି ଅବକାରୀ ବିଭାଗ ଚୁପ୍‌, ରାଜସ୍ୱ ହାନି

47

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଧୁଷୁରୀ ଥାନା ଅଂଚଳରେ ଦିନକୁ ଦିନ ଚୋରାମଦ, ଗଞ୍ଜେଇ ଓ ଧଳାଜହର ପରି ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ସବୁଜାଣି ଚୁପ ରହୁଛି। ସହିଦନଗର, ଲୁଣିଆ, ଅସୁରାଳି, କୋଠାର, ଧୁଷୁରୀ, ହସିନାବାଦ, ପନ୍ଦରବାଟିଆ, ପାୟାସାହି ଓ ବେତାଳିଗାଁ ଅଂଚଳର ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ସହ ନକଲି ମଦ ମଧ୍ୟ ବହୁ ଚଢ଼ାଦରରେ ବିକ୍ରି ହେଉଛି। ଏପରିକି ନକଲି ମଦକୁ ମଧ୍ୟ ପାନ କରି ଅନେକ ମଦ୍ୟପ ଏବେ ରୋଗ ଗସ୍ତ। ଅନେକ ସମୟରେ ଏହି ଚୋରା ମଦ ବେପାରୀ ମାନେ ଖୁଲମ ଖୋଲା ମଦ ଚଢ଼ାଦରରେ ବିକ୍ରି କରୁଥିଲେ ମଧ୍ୟ ଅବକାରୀ ବିଭାଗ ସବୁ ଜାଣି କିଛି ନଜାଣିଲା ପରି ଅଭିନୟ କରୁଛି। ତେବେ ଏହି ଚୋରାମଦକୁ ରୋକିବା ପାଇଁ କେତକ ସ୍ଥାନରେ ପୋଲିସ ସେହି ଭୂମିକା ଲିଭାଉଛି। ଧୁଷୁରୀ ପାୟାସାହି ଅଂଚଳରେ ଏହି ଚୋରାମଦ କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ତେବେ ଚୋରାମଦ କାରବାରକୁ ରୋକିବା ପାଇଁ ଓ ରାଜସ୍ୱ ବୃଦ୍ଧିପାଇଁ ସରକାର ଏହାକୁ ନେଇ ଉକ୍ତ ଅଂଚଳରେ ସରକାରୀ ନିୟମ ଅନୁଯାଇ ମଦ ଦୋକାନ ଖୋଲିଲେ ରାଜସ୍ୱ ବୃଦ୍ଧି ପାଇ ପାରନ୍ତା ଓ ଚୋରାମଦ ବିକ୍ରି ବନ୍ଦ ହୋଇପାରନ୍ତା। ଅପରପକ୍ଷ ଧୁଷୁରୀ ଥାନା ଅଂଚଳର ଧୁଷୁରୀ-ହସନାବାଦ ରାସ୍ତାର ହରିହଂସ ଗ୍ରାମ ନିକଟରେ ଏକ ବିଦେଶୀ ଠିପିବନ୍ଦ ମଦଦୋକାନ ଖୋଲାଯାଇଥିବା ବେଳେ ସରକାରୀ ନିତିନିୟମକୁ ଉଲଙ୍ଘନ କରି ସେଠାରେ ମଦଦୋକାନ ଖୋଲାଯାଇଥିବା ନେଇ ଉକ୍ତ ଗ୍ରାମର ହରିନାରାୟଣ ଦାସ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୂଚନା ଥାଉକି ୪ ମାସ ତଳେ ବିନା ନୋଟିସରେ ସର୍ବସାଧାରଣଙ୍କୁ ନଜଣାଇ ରାତି ଅଧିଆ ଏକ କଣ୍ଟେନର ପକାଇ ମଦଦୋକାନ କରାଯାଇଛି। ଯାହାକି ହରିନାରାୟଣଙ୍କ ଘର ପାଚେରୀକୁ ଲଗାଇ ଏହି ମଦ ଦୋକାନ ଖୋଲାଯାଇଛି। ଏହାକୁ ଶ୍ରୀ ଦାସ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ୦୨.୦୫.୨୦୨୨ ରେ ୭ ଦିନ ମଧ୍ୟରେ ସେଠାରୁ ଉକ୍ତ ମଦ ଦୋକାନ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିଲେ ମଧ୍ୟ ସେଠାରୁ ଉକ୍ତ ଦୋକାନ ଉଠାଗଲା ନାହିଁ। ସେଠାରେ ଠିପି ବନ୍ଦ ମଦ ଦୋକାନ ପାଇଁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଦିନ ୧୦ରୁ ରାତି୧୦ ଉକ୍ତ ଅଂଚଳର ମଦ୍ୟପଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଯାହା ଦ୍ୱାରା ଧୁଷୁରୀ-ହସିନାବାଦ ରାସ୍ତାରେ ସବୁଦିନ ରଥଯାତ୍ରା ପରି ମନେହୁଏ। ସୂଚନା ଥାଉକି ଉକ୍ତ ମଦଦୋକାନ ଠାରୁ କିଛି ଦୂରରେ ବିଦ୍ୟାଳୟ, ମଠ-ମନ୍ଦିର, ଘର ଥିବାବେଳେ ମଦ ଦୋକାନର କିଛିବାଟ ପରେ ହସନାବାଦ ଗ୍ରାମର ବିଶେଷ କରି ପୂର୍ବତନ ବିଧାୟକ ମୁରଲୀଧର ଜେନା, ହୃଦାନନ୍ଦ ମଲ୍ଲିକ, ସତ୍ୟଭାମା ଜେନା, ମାନସ ରଂଜନ ମଲ୍ଲିକ ଓ ବର୍ତ୍ତମାନର ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କର ନିଜ ଘର ଉକ୍ତ ରାସ୍ତା ଦେଇ ଯିବାକୁ ପଡ଼େ। ସେହି ରାସ୍ତା ଦେଇ ଦୈନିକ ସହସହ ଲୋକ ଯାତାୟାତ କରୁଥିବା ବେଳେ ଛାତ୍ର-ଛାତ୍ରୀ ମାନେ ମଧ୍ୟ ଯାତାୟାତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏମିତି ସେମାନେ ନିଜକୁ ସୁରକ୍ଷିତ ମଧ୍ୟ ମଣୁ ନାହାନ୍ତି। ସୂଚନା ଥାଉକି ଉକ୍ତ ସରକାରୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ମଧ୍ୟରେ ବିକ୍ରି କରାଯାଉଛି। ଏ ଦିଗରେ ପ୍ରତିବାଦ କଲେ ନେନେ ନିଅ ନ ନେଲେ ନାଇଁ ବୋଲି ଉତ୍ତର ମିଳୁଛି। ଏ ଦିଗରେ ବିଭାଗୀୟ ଅଧିକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ତେବେ ବିଭାଗୀୟ ଅଧିକାରୀ ଉକ୍ତ ଅଂଚଳରେ ଚୋରାମଦ ବନ୍ଦ କରିବା ସହ ସରକାରୀ ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ସରକାରୀ ନିତିନିୟମରେ ଖୋଲିଲେ ରାଜସ୍ୱ ବୃଦ୍ଧି ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.