Home ଜିଲ୍ଲା ପରିକ୍ରମା ଶିଶୁ, କିଶୋରୀ ମାନଙ୍କ ନିମନ୍ତେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଶିଶୁ, କିଶୋରୀ ମାନଙ୍କ ନିମନ୍ତେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

70

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ସଚେତନତା ପାଇଁ ସୋସାଇଟି ଫର ଉଇକର କମ୍ୟୁନିଟ୍ ଦ୍ୱାରା ପରିଚାଳିତ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାୟୋଜିତ ଚାଇଲ୍ଡ ଲାଇନ୍‌, ଭଦ୍ରକ ତରଫରୁ ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୫ନଂ. ୱାର୍ଡ କୁଆଁସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭଦ୍ରକ, ଜିଲ୍ଲାଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଂଗଳ କମିଟିଙ୍କର ସହଯୋଗରେ କୁଆଁସ, ଜେନାସାହି ଅଙ୍ଗନୱାଡି କେନ୍ଦ୍ର ପରିସରରେ ଶିଶୁ, କିଶୋରୀ, ଅଙ୍ଗନୱାଡି କର୍ମୀ, ସାମାଜିକ କର୍ମୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଷୟ ବିଷାରଦ ରୂପେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ସ୍ମୃତିରେଖା ମହାନ୍ତି ଶିଶୁ ଓ କିଶୋରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଓ କିଶୋର ନ୍ୟାୟ ଆଇନ ଅନ୍ତର୍ଭୁକ୍ତ ଶିଶୁ ନ୍ୟୟ ଓ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରୋବେସନ ଅଧିକାରୀ ସୁବ୍ରତଦାସ ଶିଶୁମାନଙ୍କ ପାଇଁ ବିଭିନ୍ନ ଆଇନ୍ ବ୍ୟବସ୍ଥା, ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିପଦ ସମୟରେ ଶିଶୁ ମାନଙ୍କୁ ସୁରକ୍ଷା ଦେବାସହ ତତ୍‌କାଳୀନ ସାହାଯ୍ୟ ପାଇଁ ୧୦୯୮ ଚାଇଲ୍ଡ ଲାଇନ ହେଲ୍ପ ଲାଇନ୍ ନମ୍ବର (ଟୋଲ ଫ୍ରି) ସମ୍ବନ୍ଧରେ ସମସ୍ତେ ଅବଗତ ହେବା ଉଚିତ୍ ବୋଲି ଆଲୋଚନା ହୋଇଥିଲା। ଆଲୋଚନା ଚକ୍ରରେ ୧୫ୱାର୍ଡର ପରିଷଦର ପ୍ରତିନିଧି କବିତା ମହାନ୍ତି, ପୂର୍ବତନ ପରିଷଦ ଦେବାଶିଷ ରାଉତ, ଅଙ୍ଗନୱାଡିକର୍ମୀ ସସ୍ମିତା ଲେଙ୍କା, ତପସ୍ୱିନୀ ଦଳେଇ, ମଂଜୁଲତା ରାଉତ, କମଳା ନାୟକ, ମହାସଂଘର ସଭାପତି ନିରୁପମା ଜେନା ପ୍ରମୁଖ ଯୋଗଦାନ କରିଥିଲେ। ବହୁ ଶିଶୁ, କିଶୋରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚାଇଲ୍ଡ ଲାଇନ କର୍ମକର୍ତ୍ତା ସାହିଲ୍ ଖାନ ଓ ସଂଯୁକ୍ତା ମଲ୍ଲିକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ଭଦ୍ରକ ପୌରପାଳିକାର ପ୍ରତ୍ୟେକ ୱାର୍ଡରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.