Home ଓଡ଼ିଶା ଦୁଇ ଭଉଣୀକୁ ପ୍ରେମ କରି ଦୁଇ ପ୍ରେମିକା ଫେରାର

ଦୁଇ ଭଉଣୀକୁ ପ୍ରେମ କରି ଦୁଇ ପ୍ରେମିକା ଫେରାର

102

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ପଂଚାୟତର ସୋରିଷ ଡିହ ଗ୍ରାମର ଜୈନିକା ଦୁଇ ନାବାଳିକା ଭଉଣୀକୁ ଧୁଷୁରୀ ଥାନା ନଦୀଗାଁ ପଂଚାୟତର ମଳିକସାହି ଗ୍ରାମର ବିଜୟ ମଳିକଙ୍କ ପୁଅ ସିପୁନ ମଳିକ ଓ କୁଳସାହି ଗ୍ରାମର ଜଗବନ୍ଧୁ ମଳିକଙ୍କ ପୁଅ ମନୋଜ ମଳିକ ଉଭୟ ସେହି ନାବାଳିକା ଦୁଇ ଭଉଣୀକୁ ଭଲ ପାଉଥିଲେ। ଉଭୟ ରବିବାର ବିଳମ୍ବିତ ରାତିରେ ଦୁଇ ପ୍ରେମିକ ନାବାଳିକାଙ୍କ ଘରେ ପସିଥିବା ସମୟରେ ଗ୍ରାମବାସୀ ଉଭୟ ପ୍ରେମିକ ପ୍ରେମିକାଙ୍କୁ ବାନ୍ଧି ପକାଇଥିଲେ। ଧାମନଗର ପୋଲିସ ଖବର ପାଇ ଉଭୟଙ୍କୁ ଥାନାକୁ ଆଣି ଆପୋସ ବୁଝାସୁଝା କରି ଛାଡ଼ିଦେଇଥିଲେ। ହେଲେ ଏହି ଘଟଣାରେ ଦୁଇ ଭଉଣୀ ରାଜି ହୋଇନଥିଲେ। ସେମାନେ ମଙ୍ଗଳବାର ଦିନ ସିପୁନ ମଳିକଙ୍କ ଘର ଆଗରେ ଧାରଣାରେ ବସୀଥିଲେ ଏବଂ ଏହି ଘଟଣା ଦେଖି ସିପୁନ ଓ ତାପରିବାର ଘରେ ଚାବି ପକାଇ କୁଆଡ଼େ ଫେରାର ହୋଇଯାଇଥିଲେ। ଅନ୍ୟ ପଟେ ଏହି ଖବର ଶୁଣି କୁଳସାହିର ମନୋଜର ପରିବାର ଲୋକ ମଧ୍ୟ ଘରଛାଡ଼ି କେଉଁଆଡ଼େ ପଳାଇଥିଲେ। ଦୁଇ ଭଉଣୀଙ୍କ ଜିଦ୍ ଆମକୁ ସ୍ତ୍ରୀ ଭାବରେ ମାନ୍ୟତା ଦିଅ। କାରଣ ଆମକୁ ଆମ ପରିବାର ଓ ଗାଁ ଲୋକ ଗ୍ରହଣ କରୁ ନାହାନ୍ତି। ଯଦି ଆମକୁ ସ୍ତ୍ରୀର ସୀକୃତି ନଦିଅନ୍ତି ଆମେ ଆତ୍ମ ହତ୍ୟା କରିବୁ ବୋଲି ସେମାନେ କହୁଛନ୍ତି। ତେବେ ଖବର ପାଇ ଧୁଷୁରୀ ପୋଲିସ ଦୁଇ ନାବିଳିକାଙ୍କୁ ଥାନାକୁ ନେବା ସହ ଭଦ୍ରକ ଆସିଆନାରେ ଛଡ଼ାଯାଇଛି ବୋଲି ଥାନାର ଏସଆଇ ମହାପ୍ରସାଦ ନାୟକ ପ୍ରକାଶ କରିଥିଲେ। ଏପଟେ ନାବାଳିକାଙ୍କ ମା ଆଜି ଭଦ୍ରକ ଏସପି ଅଫିସରେ ଧାରଣାରେ ବସି ମୋ ଦୁଇ ଝିଅଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଆମକୁ ନ୍ୟାୟ ପ୍ରଦାନ କରିବା ସହ ଆମକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଥିଲେ। ତେବେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଏସପି ଅଫିସରୁ ପରାମର୍ଶ ଦିଆଯିବା ପରେ ନାବାଳିକା ମା ଆଜି ସନ୍ଧ୍ୟାରେ ଧାମନଗର ଥାନାରେ ମୋ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.