Home କୋରାପୁଟ ଧୁମଧାମରେ ଶେଷହେଲା ୨ ୟ ଆନନ୍ଦୋତ୍ସବ

ଧୁମଧାମରେ ଶେଷହେଲା ୨ ୟ ଆନନ୍ଦୋତ୍ସବ

141

କୋରାପୁଟ ; ତା୦୫-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) ପରବ ଉପଲକ୍ଷେ କୋରାପୁଟଠାରେ ୨ ୟ ଆନନ୍ଦୋତ୍ସବ(କାର୍ଣ୍ଣିଭାଲ) ଧୁମଧାମରେ ଶେଷ ହୋଇଯାଇଛି।ସ୍ଥାନୀୟ ଜଳବିଭାଜିକା କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।କୋରାପୁଟର ପାରମ୍ପରିକ ଢେମସା ନୃତ୍ୟରେ ନେତା ଓ କଳାକାର ସାମିଲ ହୋଇ ସହର ପରିକ୍ରମା କରିଥିଲେ।ଏହି ପରିକ୍ରମାରେ କୋରାପୁଟ ଯୁବ ପରିଷଦର ଲଲାଟ ରଂଜନ ସେଠୀ,  କାମାକ୍ଷା ପ୍ରସାଦ ମାଝି, ବିମଳ ଗରଡା,  କୋରାପୁଟ ଡିଏଭି କଲେଜ ପୂରାତନ ଛାତ୍ର ସଂଘ,  ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ,  କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,  ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ,  ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା, କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ପୂର୍ବତନ ବିଧାୟକ ରଘୁରାମ ପଡାଲ,  କୋରାପୁଟ ସାଂସଦ ଝିନ୍ନ ହିକକା,  କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି,  ଜିଲ୍ଲା ପରିଷଦ ଉପସଭାପତି ତୁଲସି କିରସାନି,  ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇ ହାଇସ୍କୁଲ ପଡିଆଠାରେ ପହଂଚିବା ପରେ ଶୋଭାଯାତ୍ରା ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।କୋରାପୁଟ ଜିଲ୍ଲା ଉଦ୍ୟାନ ବିବାଗ ଦ୍ୱାରା କରାଯାଇଥିବା ପୁଷ୍ଫ ପ୍ରଦର୍ଶନୀ,  ରସି ଟଣା ପ୍ରତିଯୋଗିତା ଓ କରାଟେ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ହିକକା ଉଦଘାଟନ କରି ପରିଦର୍ଶନ କରିଥିଲେ।ଜିଲ୍ଲା କଫି ବୋର୍ଡ ଦ୍ୱାରା କରାଯାଇଥିବା କର୍ଫ ପ୍ରଦର୍ଶନୀ ବୁଲିବା ସହ କଫି ପିଇଥିଲେ।କୋରାପୁଟର ସ୍ଥାନୀୟ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ,  ଏସଓଜି ଦୁର୍ଗପତି ଆଶିଷ କୁମାର,  କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହମ୍ମଦ ଆବଜଳ ଆଖତାର, ଟି .ଏସ.ଦିବାକର,  କୋବ୍ରା ଦୁର୍ଗପତି ସନ୍ତୋଷ କୁମାର ବଳିୟାର ସିଂ ପ୍ରମୁଖଙ୍କ ସହ ୫ ହଜାରରୁ ଅଧିକା ଦର୍ଶକ ସାଂସ୍କୃତି କାର୍ଯ୍ୟକ୍ରମ ଦେଖିଥିଲେ।ଲକ୍ଷ୍ମିପୁର କଲେଜ ଅଧ୍ୟାପକ ଗିରିଜା ଚୈାଧୁରୀ,  ଅକ୍ଷୟ ବେହେରା ମଂଚ ପରିଚାଳନା କରିଥିଲେ।ଏହାପରେ ଆତସବାଜି ଓ ଲେଜର ପ୍ରଦର୍ଶନ କରାଯିବା ପରେ ଆନନ୍ଦୋତ୍ସବ ଶେଷ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପରିଚାଳନା କରିଥିବା ବେଳେ ଏପିଡି ହିମାଁଶୁ ଶତପଥି,  ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ,  ପ୍ରଧାନଶିକ୍ଷକ ନରସିଂହ ଦାଶ,  କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ,  କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୋରଚନ୍ଦ୍ର ପଟନାୟକ,  କୋଟପାଡ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.