Home ଓଡ଼ିଶା ଧାରା ୩୭୦ ଓ ୩୫ ଏ ଉଛେଦ ପରେ ବେଗୁନିଆପଡ଼ାରେ ଯୁବପିଢ଼ିକଂ ସେଲିବ୍ରେସନ

ଧାରା ୩୭୦ ଓ ୩୫ ଏ ଉଛେଦ ପରେ ବେଗୁନିଆପଡ଼ାରେ ଯୁବପିଢ଼ିକଂ ସେଲିବ୍ରେସନ

424

କୋଦଳା ୦୬/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଅଗଷ୍ଟ ୫ ତାରିଖକୁ ଐତିହାସିକ ଦିବସ ଭାବେ ପାଳନ କରିଛନ୍ତି ଗଂଜାମ ବେଗୁନିଆପଡ଼ା ବାସୀ। ବହୁ ଦିନରୁ ଦାବି ହୋଇ ଆସୁଥିବା ଜମ୍ମୁ ଓ କାଶ୍ମୀରର ଧାରା ୩୭୦ ଓ ୩୫ ଏ ର ଉଛେଦ କରି ମୋଦି ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ସମଗ୍ର ଭାରତ ବର୍ଷ ଅଖଣ୍ଡ ଭାରତ ହୋଇ ରହିବ ଏବଂ ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡିବ। ପାକିସ୍ତାନରୁ ଆତକଂବାଦୀ ତଥା ଅନୁପ୍ରବେଶ ରୋକିବା ଭଳି ବହୁ ଦିଗରୁ ଭାରତକୁ ସଫଳତା ମିଳିବ। ଏଣିକି ଲଦାଖ ଓ ଜମ୍ମ କାଶ୍ମୀର ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। ସୋମବାର ଏହି ଖବର ପ୍ରଚାରିତ ହେବା ପରେ ପରେ ବେଗୁନିଆପଡ଼ାର ବହୁ ଆର୍ ଏସ୍ ଏସ୍ କର୍ମକର୍ତ୍ତା, ସାଧାରଣ ନାଗରିକ ଏକାଠି ହୋଇ ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ ପାଳନ କରିଥିଲେ। ଭାରତ ମାତାକି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.