Home କନ୍ଧମାଳ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ଗୁଞ୍ଜଗାଁ ଓ ବଡ଼ଗାଁ ବିଜୟୀ

ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ଗୁଞ୍ଜଗାଁ ଓ ବଡ଼ଗାଁ ବିଜୟୀ

119

ବାଲିଗୁଡା, ୬/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ର ଦ୍ୱିତୀୟ ଦିନରେ ପ୍ରଥମଖେଳ ରେ ଗୁଞ୍ଜଗାଁ ଓ ବୁଡୁରୁକିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ନ ହେବାରୁ ଟାଇବେକର ଜରିଆରେ ୩-୧ ଗୋଲ ରେ ଗୁଞ୍ଜଗାଁ ଦଳ ବିଜୟୀ ହୋଇଥିଲା। ଦ୍ୱିତୀୟ ଦିନରେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଟାଉନ ର ବରିଷ୍ଠ କ୍ରୀଡା ବିତ ଦେବବ୍ରତ ସିଂ ଦେଓ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପସଭାପତି ସେକ ସାଦିକ, ସମ୍ପାଦକ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ କୁ ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ଦିନର ଦ୍ୱିତୀୟ ଖେଳ ସିପାଞ୍ଜିରୀ ଓ ବଡ଼ଗାଁ ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ୩-୧ଗୋଲ ରେ ବଡ଼ଗାଁ ଦଳ ବିଜୟୀ ହୋଇଥିଲା। ୧୨ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ରେ ବାଲିଗୁଡା ତଥା ଏହାର ଆଖପାଖ ଅଂଚଳ ର ୧୬ ଟି ଦଳ ଭାଗ ନେଉଥିବା ବେଳେ ପ୍ରତିଦିନ ଦୁଇଟି ଲେଖାଏଖେଳ ଅନୁଷ୍ଠିତ ହେଉଛି। ଏହି ଖେଳ କୁ ପ୍ରଶାନ୍ତ କୁମାର ସାହୁ, ରାମପତି ପାତ୍ର, ଟାର୍ଜନ ଦିଗାଲ, ରଞ୍ଜନ କୁମାର ନାୟକ, ପରିଚାଳନା କରିଥିବା ବେଳେ, ତୀର୍ଥ ବାସି ଘଡେଇ, , ସୂର୍ଯ୍ୟ ନାରାୟଣ ସୁଆର, ବିରେନ ପ୍ରଧାନ, ଗଙ୍ଗାଧର ପଣ୍ଡା, ଏଲିଆସ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.