Home ଜିଲ୍ଲା ପରିକ୍ରମା ଧାମରା ସୁକଚାନ୍ଦ ମାନ୍ନା ବିଦ୍ୟାଳୟ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ପ୍ରଥମ

ଧାମରା ସୁକଚାନ୍ଦ ମାନ୍ନା ବିଦ୍ୟାଳୟ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ପ୍ରଥମ

12

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ସୁକଚାନ୍ଦ ମାନ୍ନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଭଦ୍ରକ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କା୍‌ର୍ଯ୍ୟକ୍ରମରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସୁରଭିରେ ଏହି ବିଦ୍ୟାଳୟ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତା ରେ ବିଦ୍ୟାଳୟର ଦେବଜାନୀ ମହାପାତ୍ର,ସୁସ୍ମିତା ମାନ୍ନା, ସିମ୍ରନ ବେହେରା,ଗୌରୀ କର,ରସ୍ମିତା ମଣ୍ଡଳ ,କନିକା ସାମନ୍ତ,କୋଏଲ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ଅଂଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି । ଏହି ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ ଶଂଚିତା ଭୂୟାଁ ଭିନ୍ନକ୍ଷମ ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧ୍ୟ ଜିଲ୍ଲାରେ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ସୁକଚାନ୍ଦ ମାନ୍ନା ସରକାରୀ ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ନୃତ୍ୟ ପ୍ରତିଯୋଗିତା ପାଇଁ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ସାହୁ, କାଳିପଦ ମଣ୍ଡଳ, କମଳିନୀ ଦାସ, ସସ୍ମିତା ଦୁଆରୀ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିଖାଉଥିଲେ । ଭଦ୍ରକ ଜିଲ୍ଲାରେ ଏହି ବିଦ୍ୟାଳୟ ର ଏହି ଶ୍ରେୟତା ପାଇଁ ଚାନ୍ଦବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କର ଏହି ଅର୍ନ୍ତନିହିତ ଗୁଣାବଳୀର ବିକାଶ ସାଧନ ଏବଂ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଚାନ୍ଦବାଲି ବ୍ଲକ ତର‘ରୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.