Home ଜିଲ୍ଲା ପରିକ୍ରମା ଇଦ-ମିଲାଦୁନ ନବୀଙ୍କ ପର୍ବ, ଡିଜେ ବିରୁଦ୍ଧରେ ଅଟଳ ରହିଥିବାରୁ ଭଦ୍ରକ ମୁସଲିମ ଜମାତଙ୍କୁ ସମ୍ମାନିତ

ଇଦ-ମିଲାଦୁନ ନବୀଙ୍କ ପର୍ବ, ଡିଜେ ବିରୁଦ୍ଧରେ ଅଟଳ ରହିଥିବାରୁ ଭଦ୍ରକ ମୁସଲିମ ଜମାତଙ୍କୁ ସମ୍ମାନିତ

23

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଜିସାହିସ୍ଥିତ ଭଦ୍ରକ ମୁସଲିମ ଜମାତ ସଭାପତି ହାଜୀ ଅବଦୁଲ ବାରୀଙ୍କ ବାସଭବନରେ ହେଲାସାହି ବସ୍ତି ତଥା ଭଦ୍ରକ ପୌରପାଳିକାର ୨୧ ନମ୍‌ବର ୱାର୍ଡ଼ ପାରିଷଦର ପ୍ରତିନିଧି ଶେଖ ଇସଲାମ(କାଲା)ଙ୍କ ନେତୃତ୍ୱରେ ଭଦ୍ରକ ମୁସଲିମ ଜମାତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିବରଣୀରୁ ପ୍ରକାଶ : ଗତ ସେପ୍ଟେମ୍ବର ୨୮ରେ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜଶ୍ନ-ଏ-ଇଦ ମିଲାଦୁନ ନବୀ ପର୍ବରେ ଭଦ୍ରକ ମୁସଲିମ ଜମାତ ଆନୁକୁଲ୍ୟରେ ୬୦ ଗୋଟି “ଜୁଲୁସ ଓ କାଫେଲା” ପୁରୁଣାବଜାରରୁ ବାହାରି ସହର ପରିକ୍ରମା କରି ମଦିନା ମଇଦାନଠାରେ ପହଞ୍ôଚଥିଲେ ଏବଂ ଏହି ପର୍ବ ଡିଜେ ବିରୁଦ୍ଧରେ ଅଟଳ ରହିଥିବାରୁ ଭଦ୍ରକ ମୁସଲିମ ଜମାତଙ୍କୁ ସମ୍ମାନୀତ କରାଯାଇଛି । ସମ୍ମାନୀତ ହୋଇଥିବା ବ୍ୟକ୍ତି ମୁସଲିମ ଜମାତର ଅଜୀବନ ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, ମୁସଲିମ ଜମାତର ସାଧାରଣ ସଂପାଦକ ହାଜୀ ଶେଖ ଏନାମ ମହମ୍ମଦ, ସିରତ କମିଟିର ସଭାପତି ହାଜୀ ଅବଦୁଲ ମୁକିତ୍ ଖାନ, ମୁସଲିମ ଜମାତର ସଂପାଦକ ଶେଖ ସିରାଜୁଦ୍ଦିନ, ହାଜୀ କୟୁମ ଅଲୀ, ଅସରଫ ଅଲ୍ଲୀ ଖାନ, ମିର୍ଜା ଏକ୍ରାମ ବେଗ, ମିଡିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ)ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଛି । ପାରିଷଦର ପ୍ରତିନିଧିଙ୍କ ସହିତ ଶେଖ ଇମତିଆଜ, ମଲିକ ଗୁଲଫାନ, ଶେଖ ଗୋଲାମ, ମଫୋ ଖାନ, ଇସୋ ଖାନ, ମଲିକ କାଲା, ମନି ଖାଁ, ସାଦିକ ହୋସେନ, ରାଜୁ ଖାନ, ମଲିକ ବାବୁ, ମୁଖତାର ଖାନ ଏବଂ ମଲିକ ମୋଜି ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.