Home ଜିଲ୍ଲା ପରିକ୍ରମା ‘ମୋ ଦଳ’ ସାଙ୍ଗଠନିକ ବୈଠକ, ‘ଭିକ ନୁହେଁ ହକ ଚାହୁଁ’

‘ମୋ ଦଳ’ ସାଙ୍ଗଠନିକ ବୈଠକ, ‘ଭିକ ନୁହେଁ ହକ ଚାହୁଁ’

29

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଚନ୍ଦ୍ରଭାନୁପୁର ପଡିଆରେ ମଙ୍ଗଳବାର ମୋ ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ରାଉତ ଯୋଗଦେଇ ଚାଷୀଙ୍କ ଧାନରୁ ହଡପ କରାଯାଉଥିବା ୭/୮ କିଲୋ ଧାନ କଟନୀଛଟନୀକୁ କଡା ସମାଲୋଚନା କରିଥିଲେ । ଏଭଳି ଚାଷୀମାରଣ ନୀତିକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ଗତ ୧୨ ବର୍ଷ ଧରି ଚାଷୀଙ୍କୁ କ୍ୱିଣ୍ଟାଲ ପ୍ରତି ୫ ହଜାର ଟଙ୍କା ମୂଲ୍ୟ ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ପ୍ରଦାନ କରିବାକୁ ଲଗାତାର ଦାବି କରିଆସୁଛି । ସରକାର ଚାଷୀଙ୍କ କଣ୍ଠରୋଧ କରିଛନ୍ତି । ଦାବି ହାସଲ କରିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଆସିବାକୁ ଦିଆଯାଉନି । ଓଡିଶାର ପ୍ରାକୃତିକ ସମ୍ପଦରୁ ଚାଷୀଙ୍କୁ ଭାଗ ମିଳୁନାହିଁ । ଭୋଟ ଆସିଲେ, ଜୋ, ଛତା, ଚାଉଳ, ମମତା ଆଦି ଭିକ ଦିଆଯାଇ ପ୍ରଲୋଭିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଗାମୀ ୨୦୨୪ ମସିହାରେ ‘ଚାଷୀ ସରକାର’ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ଓଡିଶାବାସୀ କଦଳୀ, ମାଛ, ଅଣ୍ଡା, ଆଳୁ, ପିଆଜ, ଅଦା, ଛୁଞ୍ôଚ, ସୂତା, ସାଇକେଲ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ମମତା, ମାଧବୀଲତା ଭଳି ଅନେକ ମହିଳା ନିର୍ଯ୍ୟାତିତା ଓ ଶୋଷଣର ଶିକାର ହୋଇ ପ୍ରାଣ ଦେଇଛନ୍ତି । ଏଭଳି ସ୍ଥିତିରେ ନୀବନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ହାସ୍ୟାସ୍ପଦ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଛନ୍ତି । ଜିଲ୍ଲଶ ଉପସଭାପତି ବିବେକାନନ୍ଦ ଜେନା ଧନ୍ୟବାଦ ଦେଇଥିଲେ । ବ୍ଲକ ସଭାପତି ଗୌରହରି ନାୟକ, ଜିଲ୍ଲା ଯୁବ ସଭାପତି ପ୍ରଭାତ ମହାଳିକ, ସୀତାକାନ୍ତ ସାହୁ, ରବିନ୍ଦ୍ର ପଣ୍ଡା, ନର ବାରିକ, ନିରାକାର ରାଉତ, ସନ୍ତୋଷ ଭାରତୀ, ଉମେଷ ପାତ୍ର, ଯୋଗେନ୍ଦ୍ର ନାୟକ, ଅଶୋକ ଶଙ୍ଖୁଆ, ହୃଷିକେଶ ଜେନା, ଭାଗବତ ସାହୁ, ପ୍ରଦରପ କିଶୋର ବାରିକ ପ୍ରମୁଖ ବୈଂକରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.