Home ଜିଲ୍ଲା ପରିକ୍ରମା ଧାମରା ରେ ତଟ ସୁରକ୍ଷା ସାଗର ବିଜଲୀ-୨୦୨୧, ସମୁଦ୍ରର ଜିରୋ ପଏଂଟରୁ ୮ ରେଡଫୋର୍ସ ଅଟକ

ଧାମରା ରେ ତଟ ସୁରକ୍ଷା ସାଗର ବିଜଲୀ-୨୦୨୧, ସମୁଦ୍ରର ଜିରୋ ପଏଂଟରୁ ୮ ରେଡଫୋର୍ସ ଅଟକ

35

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସୁରକ୍ଷା କୁ ଦୃଷ୍ଟିରେ ରଖିବା ସହ ସମୁଦ୍ରତଟ ଅଂଚଳରେ ଆତଙ୍କବାଦୀ ମାନଙ୍କ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର ବିଜଲୀ୨୦୨୧ । ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଭାରତୀୟ ନେଭିର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟକ୍ରମ ଆଜି ସକାଳ୬ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏହା ୭.୩୦ ମିନଟରେ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ୨୦୨୧-୨୨ ମସିହାପାଇଁ ଉପକୂଳବର୍ତ୍ତୀ ଅଂଚଳ ଯଥା – ଧାମରା,କସିଆ, ଚୁଡାମଣୀ, ଚାନ୍ଦିପୁର,ପାରାଦ୍ୱୀପ,ପୁରୀ ଏବଂ ଗୋପାଳପୁର ଠାରେ ଏହି ସୁରକ୍ଷାଭ୍ୟାସ ସାଗର ବିଜଲୀ-୨୦୨୧ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସୁରକ୍ଷାଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟରକ୍ଷୀ ବାହିନୀ,ଭାରତୀୟ ନେଭି,ଓ ଓଡିଶା ପୁଲିସ ସାମିଲ ହୋଇଥିଲେ । ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର(ରେଡଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି । ଅନ୍ୟ ଦଳରେ ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରା ମତ୍ସ୍ୟ ପୋତାଶ୍ରୟ,ଚନ୍ଦନୀପାଳ, କରଞ୍ଜମାଳ,ବାଲିମୁଣ୍ଡା,କସିଆ,ଚୁଡାମଣୀ ଜେଟୀ,ଚୁଡାମଣୀ ଘାଟ ଏବଂ ବାସୁଦେବପୁର ଠାରେ ସାଧା ପୋଷାକରେ ପହରା ଦେଇଥାନ୍ତି । ଯଦି ଗୁପ୍ତଚର ମାନେ (ରେଡଫୋର୍ସ( ଆସି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହାହେଲେ ଗୋଇନ୍ଦା ବିଭାଗ (ବ୍ଲୁଫୋର୍ସ) ସେମାନଙ୍କୁ ଧରିନିଏ ତାହାହେଳେ ଉପକୂଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ ।

ଏହି ସୁରକ୍ଷାବ୍ୟବସ୍ଥା ସାଗର ବିଜଲୀ-୨୦୨୧ ଆଜି ସକାଳ ୭.୩୦ ମିନଟରେ ଆରମ୍ଭ ହୋଇଥିଲା ପ୍ରଥମେ ବ୍ଲୁଫୋର୍ସ ସମୁଦ୍ର ମଧ୍ୟରେ ପଇଁତରା ଜାରୀ ରଖିଥିଲେ । ଅପରାହ୍ନ ୩ ସମୟରେ ଭାଗ୍ୟଲକ୍ଷ୍ମୀ ବୋଟରେ ୮ଜଣ ଗୁପ୍ତଚର (ରେଡଫୋର୍ସ)ଙ୍କୁ ସମୁଦ୍ର ଜିରୋ ପଏଂଟ ନିକଟରେ ଠାବ କରାଯାଇଥିଲା । ସେମାନଙ୍କୁ ପେଟ୍ରୋଲିଂରେ ଥିବା ଓଏସଏସଏଫର ଆର କେ ପ୍ରଧାନ, ମନୋଜ ପରିଡା,ଆନନ୍ଦସାହୁ,ମାନସ ମଲିକ,ବିଜୟ ରଣା,ପିକେ ମହାନ୍ତି ଓଡିଶା ପୁଲିସର ଦିନବନ୍ଧୁ ଜେନା, ଅକ୍ଷୟ କୁମାର ବିଶ୍ୱାଳ ଏବଂ ଆଇ ଆଇ ସି ତୁସୀଲ କୁମାର ମାଝୀ ପ୍ରମୁଖ ଅଟକ ରଖିବା ପରେ ସେମାନଙ୍କୁ ଧାମରା ମେରାଇନ ଥାନାକୁ ଅଣାଯାଇଥିଲା । ଅଟକ ରଖାଯାଇଥିବା ୮ଜଣ ରେଡଫୋର୍ସ ମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ସେମାନଙ୍କୁ ଛଡାଯାଇଥିଲା । ଆଜିର ଏହି ସମସ୍ତ ସୁରକ୍ଷା ବ୍ୟବସ୍ଥାକ ଓଡିଶା ପୁଲିସ ଯାଂଚକରିଥିବା ବେଳେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଏବଂ ମେରାଇନ ପୁଲିସର ଅଧିକାରୀ ମାନେ ଏହି କା୍‌ର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷ ଖବର ଅନୁଯାୟୀ ଏହି ତଟ ସୁରକ୍ଷା ସାଗର ବିଜଲୀ-୨୦୨୧ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.