Home ଜିଲ୍ଲା ପରିକ୍ରମା ଠିପିଖୋଲା ମଦ ଦୋକାନକୁ ଗ୍ରାମବାସୀଙ୍କ ବିରୋଧ

ଠିପିଖୋଲା ମଦ ଦୋକାନକୁ ଗ୍ରାମବାସୀଙ୍କ ବିରୋଧ

28

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ନେଉଳିଆ ମୌଜାରେ ଏକ ଠିପିଖୋଲା ମଦ ଦୋକାନ ଖୋଲାଯାଉଥିବା ଆବେଦନକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଉକ୍ତ ମୌଜାର ଖାତା ନଂ ୧୧୪/୨୧ ଉପରେ ଭଦ୍ରକ ଅଞ୍ଚଳର ପ୍ରଭୁକଲ୍ୟାଣ ପାଢୀ ନାମକ ଜନୈକ ଯୁବକ ଜାଗାକୁ ଲିଜ ସୂତ୍ରରେ ନେଇ ଏକ ଠିପିଖୋଲା ମଦ ଦୋକାନ ଖୋଲିବାକୁ ଆବେଦନ କରିଛନ୍ତି । ତେବେ ଏହି ଅଞ୍ଚଳରେ ଏକ ଶିବ ମନ୍ଦିର, ଅଙ୍ଗନୱାଡି କେନ୍ଦ୍ର ସହିତ ଭଦ୍ରକ ଯାଜପୁର ଜାତୀୟ ରାଜପଥକୁ ସଂଯୋଗୀ ରାସ୍ତା ରହିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଶତାଧିକ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଯାତାୟତ କରନ୍ତି । ତେବେ ଏହି ରାସ୍ତାକଡରେ ଠିପିଖୋଲା ମଦ ଦୋକାନ ହେଲେ ଏହା ସାଧାରଣ ଜନତାଙ୍କ ଉପରେ କୁପ୍ରଭାବ ପକାଇବ । ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସୁଖଶାନ୍ତି କ୍ଷୁଣ୍ଣ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରି ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଶତାଧିକ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଳା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସପନ କୁମାର ଦେ, କେତକୀ ସାମଲ, ଅହଲ୍ୟା ସେନାପତି, ସୁକାନ୍ତ ସାହୁ, ଅଶୋକ କୁମାର ସାହୁ, ସୁଶାନ୍ତ ସାହୁ, ନାରାୟଣ ପରିଡା, ଡଲି ପରିଡା, ବାସନ୍ତୀ ପରିଡା, ଝିଲି ପରିଡା, ପାର୍ବତୀ ପରିଡା, ଭିକାରି ସାହୁ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.