Home ଓଡ଼ିଶା ମିଳୁନି ଶୁଦ୍ଧପାନୀୟ ଜଳ ଦର୍ପନାରାୟଣପୁର ରେ ଫ୍ଲୋରାଇଡ୍ ମିଶା ଜଳ ପିଇ ଲୋକଙ୍କ ଦାନ୍ତ କାସରା

ମିଳୁନି ଶୁଦ୍ଧପାନୀୟ ଜଳ ଦର୍ପନାରାୟଣପୁର ରେ ଫ୍ଲୋରାଇଡ୍ ମିଶା ଜଳ ପିଇ ଲୋକଙ୍କ ଦାନ୍ତ କାସରା

17

ନୟାଗଡ/୧୨/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସ୍ୱାଧିନତାର ୭୨ ବର୍ଷ ପରେବି ଲୋକଙ୍କୁ ମିଳୁନିଶୁଦ୍ଧ ପାନୀୟ ଜଳ । ଗାଁ ରେ ଓଭର ହେଡ୍ ପାଣି ଟାଙ୍କି ଅଛି ହେଲେ ବୋରିଙ୍ଗ୍ ହୋଇନି । ହେଲେ କେଉଁଠି ବୋରିଙ୍ଗ୍ ଅଛି ତ ବିଦ୍ୟୁତ୍ ସଂଯୋଗ କଟାଯାଇଛି । ଯାହାଫଳରେ ଲୋକମାନେ ନଳକୂପ ରୁ ଫ୍ଲୋରାଇଡ୍ ମିଶା ପାନୀୟ ଜଳ ପିଇ ଗାଁ ସାରା ଛୋଟ ପିଲା ଠାରୁ ଆରମ୍ଭ କରି ଅନେକ ଯୁବକ ଯୁବତୀ ଙ୍କର ଦାନ୍ତ କସରା ପଡୁଥିବା ଅଭିଯୋଗ ହେଉଛି । ଏଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦର୍ପନାରାୟଣପୁର ଗ୍ରାମ ପଞ୍ଚାୟତ ଦର୍ପନାରାୟଣପୁର ଗ୍ରାମରେ । କାହିଁକି ଦାନ୍ତ କସରା ପଡୁଛି ଲୋକମାନେ ଜାଣିପାରୁ ନାହାଁନ୍ତି । ଯାହାଫଳରେ ଅନେକ ବିବାହ ଯୋଗ୍ୟା ଯୁବତୀ ଙ୍କର ବିବାହର ପ୍ରସ୍ତାବ ଭାଙ୍ଗି ଯାଉଛି ।

ଯାହା ଫଳରେ ଗ୍ରାମବାସୀ ମାନେ ଚିନ୍ତାରେ । ଏ ପର୍ଯ୍ୟନ୍ତ କୈଣସି ସରକାରୀ ଅଧିକାରୀ ଗ୍ରାମକୁ ଯାଇ ପାନୀୟ ଜଳ ପରିକ୍ଷଣ କରିନାହାଁନ୍ତି । ଏ ସର୍ମ୍ପକେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବୈଦନାଥ ନନ୍ଦଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ଅଧିକ ଫ୍ଲୋରାଇଡ୍ ଯୁକ୍ତ ଜଳ ପାନ କଲେ ଦାନ୍ତ କସରା ପଡେ । ଏ ଖବର ଆମ ପାଖରେ ନଥିଲା ଏବେ ଆମ୍ଭେ ଜାଣୀଲା ପରେ ଗ୍ରାମକୁ ଏକ ଟିମ୍ ପଠାଇ ପଦକ୍ଷେପ ନିଆଯିବ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଦର୍ପନାରାୟଣପୁର କୁ ଏକ ଅନୁଧ୍ୟାନ ଟିମ୍ ପଠାଇ ପାନୀୟ ଜଳ ର ପରିକ୍ଷଣ କରାଯିବ । ଯଦି ଅଧିକ ଫ୍ଲୋରାଇଡ ଯୁକ୍ତ ଜଳ ବୋଲି ଜଣାପଡିବ ତା ହେଲେ ପାନୀୟ ଜଳ କୁ ଫ୍ଲୋରାଇଡ୍ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.