Home ଜିଲ୍ଲା ପରିକ୍ରମା ଧାମରା ବାତ୍ୟାଞ୍ଚଳ ପରିଦର୍ଶନରେ ମତ୍ସ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀ, ଧାମରାର ଭୌଗୋଳିକ ମାନଚିତ୍ରର ପୁନଃବିନ୍ୟାସ କରିବା...

ଧାମରା ବାତ୍ୟାଞ୍ଚଳ ପରିଦର୍ଶନରେ ମତ୍ସ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀ, ଧାମରାର ଭୌଗୋଳିକ ମାନଚିତ୍ରର ପୁନଃବିନ୍ୟାସ କରିବା ପାଇଁ ପ୍ରୟାସ ଜାରୀ

68

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ବାତ୍ୟା ୟାଶ ସଂପୂର୍ଣ୍ଣ ତାଣ୍ଡବ ରଚିବା ପରେ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇ ଯାଇଛି । ଏହି ବ୍ୟାପକ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜି ମତ୍ସ୍ୟ ଏବଂ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆସି ଏହି ଅଂଚଳ ପରିଦର୍ଶନ କରି ଫେରି ଯାଇଛନ୍ତି । ସେ ଧାମରାରେ ଦିନ ୧୨ଟା ପହଂଚିବା ପରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲିକ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ସେ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ଥ ହୋଇଥିବା ଦୋସିଙ୍ଗା ପଂଚାୟତର ଓରାମାଳ ଅଂଚଳକୁ ଯାଇ ବନ୍ୟାରେ ଫଶିଥିବା ଲୋକ ମାନଙ୍କୁ ଭେଟି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ଜାଗୁଳା ପଂଚାୟତ ଅଧିନସ୍ଥ ଜଳି ପାଇକସାହି ଅଂଚଳକୁ ଗସ୍ତ କରିଥିଲେ । ସେଠାରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ମତ୍ସ୍ୟ ଏବଂ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସାଧାରଣ ଜନତାଙ୍କ ସହ ମତ ବିନିମୟ କରି ଫେରି ଆସି ଧାମରା ପଂଚାୟତରେ ଥିବା ଝାଡକଟା ଗ୍ରାମକୁ ଯାଇ ସେଠାରେ ଲୁଣାବନ୍ଧ କୁ ଅନୁଧ୍ୟାନ କରି ଫେରି ଥିଲେ । ଏହି ଗସ୍ତ ସମୟ ମଧ୍ୟରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଏବଂ ଭଦ୍ରକ ବିଧାୟକ ସଞ୍ଜିବ ମଲିକଙ୍କ ସହ ଅଂଚଳରେ ହୋଇଯାଇଥିବା କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ । ଚାନ୍ଦବାଲି ବିଧାୟକ ଧାମରା ଅଂଚଳରେ ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ବିଷୟରେ ଆଲୋଚନା କରିବା ସହ କିପରି ଭାବରେ ଏହି ଅଂଚଳରେ ବର୍ଷା ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପାଣି ନିଷ୍କାସନ ହେବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ ।

ପରେ ୨ଜଣ ମନ୍ତ୍ରୀ ଆସି ଧାମରା ଗୋଲଡେନ ଆଙ୍କର ହୋଟେଲ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଧାମରା ଅଂଚଳରେ ୧୧ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୧୮ଶହ ହେକ୍ଟର ଜମି ରେ ଚିଙ୍ଗୁଡି ଚାଷ ହୋଇଥିବା ବେଳେ ୟଶ ବାତ୍ୟାରେ ସେ ସବୁ ସଂପୂର୍ଣ୍ଣର୍ ଜଳମଗ୍ନ ହୋଇଥିବା କଥା କୃଷିମନ୍ତ୍ରୀ ଅରୁଣ ସାହୁ ମତ ରଖିଥିଲେ । ସେ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ କିପରି ଚାଷୀକୂଳର କ୍ଷୟକ୍ଷତି ଭରଣା ହେବ ସେ ବିଷୟରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ମତ ରଖିଥିଲେ । ସେହିପରି ଶକ୍ତିମନ୍ତ୍ରୀ ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ଯୋଗ ଦେଇ ବାଲିମୁଣ୍ଡା ଏବଂ ଧାମରା ମଧ୍ୟରେ ଏକ ଗ୍ରୀଡ ସ୍ଥାପନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଧାମରା ଅଂଚଳରେ ଲୋ ଭୋଲଟେଜ ସମସ୍ୟା ରହିବ ନାହିଁ ଁ । ଆଜିର ୨ଜଣ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ କୃଷି ବୈଜ୍ଞାନିକ ଡ. କେ କେ ରାଉତ, ଡ .ଆର କେ ପାତ୍ର, ଡ.ଏ କେ ନାୟକ,ଡ. ବି ବି ପଣ୍ଡା ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଧାମରା ଲୁଣା ଅଂଚଳରେ ଚାଷୀକୂଳ ଙ୍କୁ କିପରି ପ୍ରାଧାନ୍ୟ ଦିଆଯିବ ଏଥିସହ ଲୁଣା ଜମିରେ କିପରି ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇ ପାରିବ ସେ ବିଷୟରେ ସେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଆଜିର ଏହି ମନ୍ତ୍ରୀଙ୍କ ପରିଦର୍ଶନ ଏବଂ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ, ଧାମରା ସରପଂଚ ପ୍ରିୟରଞ୍ଜନ ଜେନା, ଅଶୋକ ଜେନା, ଜିତେନ୍ଦ୍ର ପାଣି, ମୁଜିବୁର ଅଲ୍ଲି ଖାଁ, ଧାମରା ଜୋନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ପରୀକ୍ଷିତ ଦାସ, ନିରଞ୍ଜନ ମଣ୍ଡଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.