Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ

41

କୋରାପୁଟ ;୦୧-୦୬ (ଓଡିଆ ପୁଅ /ରଂଜନ ଦାସ)) କୋରାପୁଟ ଜିଲ୍ଲାରେ ମଙ୍ଗଳବାର  ଦିନ ୧୦୩ଜଣ ମହିଳାଙ୍କ ସମେତ  ୨୫୫ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୫୨୫୨ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୪୦ , ସୁନାବେଡା ପୌରାଂଚଳରୁ ୧୫ ଏବଂ କୋଟପାଡ ଏନଏସିରୁ   ୬ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡା ବ୍ଲକରୁ ୧୧,ବୋରିଗୁମ୍ମା ବ୍ଲକରୁ ୨୩,ଦଶମନ୍ତପୁର ବ୍ଲକରୁ ୬,ଜୟପୁର ବ୍ଲକରୁ ୧୯  ଓ କୋରାପୁଟ ବ୍ଲକରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧୧,କୁନ୍ଦୁରା ବ୍ଲକରୁ ୧୩,ଲମତାପୁଟ ବ୍ଲକରୁ ୩୪,ଲକ୍ଷ୍ମୀପୁର ବ୍ଲକରୁ ୪,ନନ୍ଦପୁର ବ୍ଲକରୁ ୪,ନାରାୟଣପାଟଣା ବ୍ଲକରୁ  ୯,ପଟ୍ଟାଙ୍ଗୀ ବ୍ଲକରୁ ୮  ଏବଂ  ସେମିଲିଗୁଡା  ବ୍ଲକରୁ  ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୩୧  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮୭  ହଜାର ୯୯୨  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି  ମଇ ୩୧  ତାରିଖ ସୁଦ୍ଧା  ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୨୮୫୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୫୯ ଟି ସକ୍ରୀୟ କେସ ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.