Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ଅଘଟଣ, କନ୍‌ଭେୟର ବେଲ୍‌ଟ୍ ୱେଟ୍ ଛିଣ୍ଡି ଜଣେ ମୃତ, ଜଣେ ଆହତ

ଧାମରା ବନ୍ଦରରେ ଅଘଟଣ, କନ୍‌ଭେୟର ବେଲ୍‌ଟ୍ ୱେଟ୍ ଛିଣ୍ଡି ଜଣେ ମୃତ, ଜଣେ ଆହତ

127

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ କଣ୍ଟ୍ରାକ୍ଟର ଅଧିନରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଗତକାଲି ଧାମରା ବନ୍ଦରରେ ପ୍ରିୟଙ୍କ ଇଂଜିନିୟରିଂ ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକ କହ୍ନେଇଲାଲ ମାଇତି କାର୍ଯ୍ୟରତ ଥିବା ବେଳେ ହଠାତ୍ କନ୍‌ଭେୟର ବେଲ୍‌ଟ୍ ୱେଟ୍ ଛିଣ୍ଡି ଯାଇଥିଲା । ଉକ୍ତ ୩୦ଟନ୍ ଓଜନର ୱେଟ୍‌ଟି କହ୍ନେଇଙ୍କ ଉପରେ ଖସିପଡ଼ିଥିଲା । ଫଳରେ ଚନ୍ଦନିିପାଳ ଅମରନଗର ଗ୍ରାମର ପ୍ରଫୁଲ୍ଲ ମାଇତିଙ୍କ ପୁତ୍ର କହ୍ନେଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସହିତ କାର୍ଯ୍ୟରତ ଥିବା ଅନ୍ୟ ଜଣେ ଶ୍ରମିକ କାଳିନାଳି ଗ୍ରାମର ନୟନମଣି ଦିନ୍ଦା ଆହତ ହୋଇଛନ୍ତି । ଏହି ଘଟଣା ପରେ ଭାରତୀୟ ମଜ୍‌ଦୁର ସଂଘ ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ଉପସଭାପତି ଚନ୍ଦ୍ରଶେଖର ଜେନା, ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଶାନ୍ତନୁ କୁମାର ମହାପାତ୍ର, ସମ୍ପାଦକ ପ୍ରପୁଲ୍ଲ ସେଠୀ, କୋଷାଧ୍ୟକ୍ଷ ମନୋଜ କୁମାର ଲେଙ୍କା ଓ ବିଜୟ ପ୍ରତାପ ଜେନା ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହିତ କେତେକ ଦାବି ଉପସ୍ଥାପନ କରିଛନ୍ତି । ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତି ପୂରଣ, ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି, ଆହତ ହୋଇ ଚିକିତ୍ସିତ ହେଉଥିବା ନୟନମଣିଙ୍କୁ ଚିକିତ୍ସାଖର୍ଚ୍ଚ ବହନ, ଚିକିତ୍ସା ଶେଷ ହୋଇ ପୁଣି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତି ପୂର୍ଣ୍ଣ ମାସିକ ବେତନ ପ୍ରଦାନ କରିବାକୁ ସଂଘ ଦାବି କରିଛି । ଏହା ସହ ସଂପୃକ୍ତ କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ ଶ୍ରମ ଆଇନ ଅନୁଯାୟୀ ସୁରକ୍ଷାରେ ଅବହେଳା ଜନିତ ଦଣ୍ଡବିଧାନର ପଦକ୍ଷେପ, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବାକୁ ଦାବି କରାଯାଇଛି । ନଚେତ ସଂଘ ଆଗାମୀ ଦିନରେ ବନ୍ଦର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.