Home ଜିଲ୍ଲା ପରିକ୍ରମା ଧାମରା ଅଂଚଳରେ ସାର୍ଟିଫିକେଟରେ ଚାଲିଛି ଔଷଧ ଦୋକାନ, ସରକାରଙ୍କ ନୀତିକୁ ଜଳାଞ୍ଜଳି

ଧାମରା ଅଂଚଳରେ ସାର୍ଟିଫିକେଟରେ ଚାଲିଛି ଔଷଧ ଦୋକାନ, ସରକାରଙ୍କ ନୀତିକୁ ଜଳାଞ୍ଜଳି

38

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଫାର୍ମାଷିଷ୍ଟ ଙ୍କୁ ନେଇ ଔଷଧ ଦୋକାନ ଖୋଲିବାର ନିୟମ ଥିବା ବେଳେ କୌଣସି ଫାର୍ମାଷିଷ୍ଟ ନିଜର ଲାଇସେନ୍ସ କୁ ବିକ୍ରି କରି ଓøଷଧ ଦୋକାନ ଖୋଲି ପାରିବେ ନାହିଁ ବୋଲି ସରକାର କଡା ଚେତାବନୀ ଦେଇଛନ୍ତି । ମାତ୍ର ସରକାରଙ୍କ କଡା ଚେତାବନୀ ସତ୍ୱେ ଚାନ୍ଦବାଲି ଅଂଚଳରେ ଦିନକୁ ଦିନ ଛତୁ ଫୁଟିବା ଭଳି ଔଷଧ ଦୋକାନ ମାନ ଖୋଲି ଚାଲିଛି ଏହା କେବଳ ଆଖି ଦେଖା କାହାଣୀ ନୁହେଁ ଏ ବାବଦରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତାଙ୍କ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ । କେଉଁଠାରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ କ୍ଲିନିକ ସହ ଔଷଧ ଦୋକାନ ମାନ ଖୋଲା ହେବା ସହ ବିନା ଫାର୍ମାଷିଷ୍ଟ ରେ ଏବଂ ଔଷଧ ବିଷୟରେ କିଛି ନଜାଣି ବହୁ ଔଷଧ ଦୋକାନ ଚାଲିଥିବା ଜଣାଯାଇଛି । ଏହି ସମସ୍ତ ଔଷଧ ଦୋକାନରେ ଫାର୍ମାଷିଷ୍ଟ ନଥିବା ଯୋଗୁ କର୍ମଚାରୀ ଏବଂ ମାଲିକ ବିନା ଅଭିଜ୍ଞତାରେ ରୋଗୀ ମାନଙ୍କୁ ଔଷଧ ପ୍ରଦାନ କରୁଛନ୍ତି ।ଅନେକ ସମୟରେ ଡାକ୍ତରଙ୍କ ପ୍ରଦତ ଔଷଧ ନଥିବା ବେଳେ ଔଷଧ ଦୋକାନୀ ମନଇଛା କମପୋଜିସନ ବଦଳାଇ ଅଧିକ ଲାଭ ହେଉଥିବା ଔଷଧ କମ୍ପାନୀର ଔଷଧ ରୋଗୀ ମାନଙ୍କୁ ପ୍ରଦାନ କରିବା ଫଳରେ ରୋଗୀ ମାନଙ୍କ ଜୀବନ ବିପର୍ଣ ହୋଇ ପଡିବା ସହ ବର୍ଷରେ ବହୁ ସମୟରେ ବହୁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଚାନ୍ଦବାଲି , ଘଂଟେଶ୍ୱର,ମତୋ,ଧାମରା,ନଳଗୋହିରା, କଇଥଖୋଲା, ବଇଂଚା, ପଂଚୁଟିକ୍ରି, ଦୋସିଙ୍ଗା,ବାଂଶଡା ଆଦି ଅଂଚଳରେ ବହୁ ଔଷଧ ଦୋକାନରେ କୌଣସି ଫାର୍ମାଷିଷ୍ଟ ରହୁ ନଥିବା ବେଳେ କେବଳ ନାମକୁ ମାତ୍ର ସେମାନଙ୍କର ପ୍ରଦତ ସାର୍ଟିର୍ଫିକେଟକୁ ଭଡାରେ ଆଣି କାନ୍ଥରେ ଝୁଲାଇ ଔଷଧ ଦୋକାନର ମାଲିକ ଓ କର୍ମଚାରୀ ବିନା କୌଣସି ଅଭିଜ୍ଞତାରେ ଔଷଧ ଦେଇ ବ୍ୟବସାୟ ବଢାଇ ଚାଲିଛନ୍ତି ।

ଅନ୍ୟ ପକ୍ଷରେ ଏହି ଲାଇସେନ୍ସ (ସାର୍ଟିଫିକେଟ) ପ୍ରଦାନ କରୁଥିବା ଫାର୍ମାଶିଷ୍ଟ ମାନେ କେବଳ ମାସକୁ ମାସ ଔଷଧ ଦୋକାନୀଙ୍କ ପାଖରୁ ସାର୍ଟିଫିକେଟ ପାଇଁ ୫ ହଜାର ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ନେବା ସାଙ୍ଗକୁ ଫାର୍ମାଶିଷ୍ଟ ମାନଙ୍କ ଇଙ୍ଗିତରେ ଅଧିକ ମୁନାଫା ଦେଉଥିବା ଡୁପ୍ଲିକେଟ ଔଷଧ ବିକ୍ରୟ କରି ମଧ୍ୟ ଲକ୍ଷାଧିକ ଟଙ୍କା କମାଉଥିବା ନଜରକୁ ଆସିଛି । ନିଜର ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ଅଧିକାଂଶ ଔଷଧ ଦୋକାନୀ ସାଧାରଣ ରୋଗୀଙ୍କୁ ସାଲାଇନ ଓ ଇଞ୍ଜେକସନ ଦେବା ସହ ଦାନ୍ତ ଓପାଡିବା ଏବଂ ଚକ୍ଷୁ ରୋଗର ଚିକିତ୍ସା କରିବାକୁ କୁଣ୍ଠାବୋଧ ମଧ୍ୟ କରୁ ନାହାନ୍ତି । ଏହି ସମସ୍ତ ଦୋକାନରେ ନାମକୁ ମାତ୍ର ଔଷଧ ରଖି ବେଆଇନ କଫ ସିରାପ ରଖି ସାଧାରଣ ନିଶାଗ୍ରସ୍ଥ ଯୁବକ ମାନଙ୍କୁ ଦେଇ ନିଶା କାରବାର ବଢାଇବାରେ ସାହାଯ୍ୟ କରୁଥିବା ଜଣାଯାଇଛି । ଏହି ସମସ୍ତ ଅଭିଯୋଗ ପରେ ମଧ୍ୟ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ଯାଂଚ କରୁନାହାନ୍ତି କି ନିୟମ ଭାଙ୍ଗୁ ଥିବା କୌଣସି ଔଷଧ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ବାବଦରେ ଜିଲ୍ଲା ଡ୍ରଗସ୍ ଇନ୍ସପେକ୍ଟର ଙ୍କ ସହ ଯୋ୍‌ଗାଯୋଗ କରିବାରୁ ସେ ଏହି ସମସ୍ତ ବେଆଇନ ଦୋକାନୀ ମାନଙ୍କର ତାଲିକା ପ୍ରସ୍ତୁତି ସରିଛି ଖୁବ ଶୀଘ୍ର ଏକ ଟିମ ଗଠନ କରାଯାଇ ଚଢାଉ କରାଯିବା ସହ ପ୍ରମାଣ ମିଳିଲେ ସେମାନଙ୍କ ଦୋକାନ ବନ୍ଦ କରାଯିବା ସହ ସେମାନଙ୍କୁ ଲାଇସେନ୍ସ ବିକ୍ରି କରି ମୁନାଫା କମାଉଥିବା ଫାର୍ମାଶିଷ୍ଟ ଲାଇସେନ୍ସ ରବ୍ଦ କରିବା ପାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.